ଅପରାଧ

ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ାକୁ ନେଇ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ

ହରିଚନ୍ଦନପୁର,ତା ୯ ଜୁଲାଇ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ଗ୍ରାମପଞ୍ଚାୟତର ଖରବା ଗ୍ରାମରେ ପାରିବାକ କଳହକୁ ନେଇ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଥିବାର ଜଣାପଡିଛି । ସୂଚନା ମୁତାବକ ଖରବା ଗ୍ରାମର ଜଟେ ମହ୍ଲାର ନିଜ ସ୍ତ୍ରୀ କାଙ୍କଡ ମହ୍ଲାର(୨୫)କୁ ସାଙ୍ଗରେ ଧରି ଶନିବାର ଦିନ ସନ୍ଧ୍ୟା ସମୟରେ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା । ଝଗଡ଼ାକୁ ଭିତ୍ତି କରି ଜଟେ ରାଗିଯାଇ ସ୍ତ୍ରୀକୁ ଧରିଥିବା ଟାଙ୍ଗିଆରେ ଚୋଟ ମାରିଥିଲା ଫଳରେ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବାର ଜଣାପଡିଛି । ସ୍ତ୍ରୀର ମୃତ୍ୟୁ ପରେ ଜଟେ ରକ୍ତାତ ଅବସ୍ଥାରେ ସ୍ତ୍ରୀର ମୃତ ଶରୀରକୁ ଗ୍ରାମକୁ ଆଣି ନିଜ ଘରେ ଛାଡି ଦେଇ ଫେରାର୍ ହୋଇଯାଇଥିବାର ସୂଚନା ମିଳିଛି । ରବିବାର ଦିନ ମୃତ ଶରୀରକୁ ପରିବାରର ଲୋକମାନେ ଦେଖି ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ବର୍ଷା ହେବାକୁ ନେଇ ଜଙ୍ଗଲ ମଧ୍ୟରେ ଘଟଣାସ୍ଥଳଟି ହୋଇଥିବାରୁ ପହଞ୍ଚି ପାରିନଥିଲା । ସୋମବାର ଦିନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇବା ସହ ମୃତ ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ପୋଲିସ ପକ୍ଷରୁ ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top