ଓଡ଼ିଶା

ସ୍ବାମୀ ସ୍ତ୍ରୀ ମଧ୍ୟରେ କଳିକୁ ନେଇ ସ୍ବାମୀର ଆତ୍ମହତ୍ୟା ଅଭିଯୋଗ

ହରିଚନ୍ଦନପୁର, ତା୧୭.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡିଆମ୍ବ ଗ୍ରାମ ପଞ୍ଚାୟତ ତାଳଡିହି ଗ୍ରାମର ଜାମୁଦା ସାହିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଘରଇ କଳାକୁ ନେଇ ସ୍ବାମୀ ଆତ୍ମହତ୍ୟା କରିଥିବାର ଅଭିଯୋଗ। ଖବର ନେବାରୁ ଜଣାପଡିଛି ଯେ ସୁଦାମ ପାତ୍ର ତାଙ୍କ ସ୍ତ୍ରୀଙ୍କ ସହ ମଙ୍ଗଳବାର ଦିନ ରାତିରେ କୌଣସି କାରଣରୁ ଝଗଡା ହୋଇଥିଲା। ଝଗଡାକୁ ନେଇ ସୁଦାମ ପାତ୍ର ରାଗି ଯାଇ ଏକ ରୁମରେ ଶୋଇଥିଲେ ଓ ପିନ୍ଦିଥିବା ନିଜର ଟ୍ରାକପେଣ୍ଡରେ ଘର ଭିତର ଶେଣିରେ ଲଗାଇ ଆତ୍ମହତ୍ୟା କରିଥିବାର ହରିଚନ୍ଦନପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିର୍ତି କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ସୁଦାମଙ୍କ ମୃତ ଦେହକୁ ଜବତ କରିଥିଲା। ଏବାବଦକୁ ନେଇ ସରକାରଙ୍କ ସ୍ତ୍ରୀକୁ ପଚରାଉଚରା କରିବାରୁ ସେ କହିଛନ୍ତି କି ରାତି ଖାଇସାରି ଶୋଇଥିଲେ।ସକାଳୁ ନ ଉଠିବା ସହ କବାଟ ନ ଖୋଲିବାକୁ ନେଇ ଘର ଲୋକମାନେ କବାଟ ବାଡ଼େଇ ଡାକ ପକାଇଥିଲେ ଉତ୍ତର ନପାଇବାରୁ ସନ୍ଦେହ କରି ଘରର ଅଧାକାନ୍ଥ ଉପରେ ଚଢି ଦେଖିଲା ବେଳକୁ ସୁଦାମ ଶେଣିରେ ଝୁଲିଛନ୍ତି। ପୋଲିସ ଘଟଣାକୁ ଅନୁଧ୍ୟାନ କରି କେସନଂ ୧/୧୮ରେ ମାମଲା ରୁଜୁକରି ଶବଟିକୁ ବେବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ବେବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top