ଓଡ଼ିଶା

ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ

ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ
ପାଟଣା,ତା୧୯/୦୨(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କରଷଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ତଥା ଆଇନଜୀବୀ ଦୁଷ୍ମନ୍ତ କୁମାର ଜେନା , ମୂଖ୍ଯ ବକ୍ତା ଭାବେ ଉତ୍ତର ଓଡ଼ିଆ ସାହିତ୍ୟ ସମ୍ମେଳନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ, ସମ୍ମାନୀତ ଅତିଥି ଭାବେ ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ପ୍ରଫେସର ଅଶ୍ୱିନୀ କୁମାର ସାହୁ ମଞ୍ଚ ଆବାହନ ଓ ପ୍ରଫେସର ଶୈଳେନ୍ଦ୍ର କୁମାର ଡାଳୁଆ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ହରିହର ଓଝା ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ର ସଂସଦ ସଭାପତି ରଜତ କୁମାର ନାୟକ, ସଂପାଦକ ଭାଗବତ ମହାନ୍ତ, ଉପସଭାପତି ସୁଷମା ମହାନ୍ତ, ନାଟ୍ୟ ସଂପାଦକ ଅଜିତ ନାଏକ ନିଜ ନିଜ ବିବରଣୀ ଉପସ୍ଥାପନ କରିଥିଲେ । ରଜତ କୁମାର ଦାଶ, ବ୍ରଜେନ୍ଦ୍ର କୁମାର ପତି ଓ ଧର୍ମେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟର କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗୀତାର ଚମ୍ପିଆନ ଓ ଅନ୍ୟ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଦୁଷ୍ମନ୍ତ କୁମାର ଜେନା, ମୁଖ୍ୟବକ୍ତା ନୃସିଂହନାଥ ସିଂହ,ଅଧ୍ୟକ୍ଷ ଶଙ୍କର୍ଷଣ ସାହୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ସ୍ୱତନ୍ତ୍ର ଦୀପ୍ତି ମେମୋରିଆଲ ପୁରସ୍କାର ପ୍ରଜ୍ଞାସ୍ମୀତା ରଣା, ଗଙ୍ଗାଧର ମେମୋରିଆଲ ପୁରସ୍କାର ଶେଖର ସୁମନ ନାଏକ, ଜି.କେ. ପାତ୍ର , ଅନିରୁଦ୍ଧ ମେମୋରିଆଲ ଆୱାର୍ଡ ତପନ କୁମାର ମହାନ୍ତ, ସତ୍ୟାନନ୍ଦ ମେମୋରିଆଲ ପୁରସ୍କାର ଆଶିଷ ସାହୁ ଓ ଚନ୍ଦ୍ରଶେଖର ସ୍ମୃତି ପୁରସ୍କାରସ୍ୱାଧିନ କରଙ୍କୁ ପ୍ରଦାନ କରାଯିବା ସହ ୨୦୧୧ର ଅର୍ଥନୀତି ବିଭାଗ ଛାତ୍ରୀ ଗୋଲ୍ଡ ମେଡାଲିଷ୍ଟ ସଂଗୀତା ଦାଶ ଓ ୨୦୧୨ର ଲୁସୀ ମୁଣ୍ଡାରୀଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାଶ, ଜୟନ୍ତ କୁମାର ଦ୍ୱିବେଦୀ, ଅଧ୍ୟାପିକା ଜ୍ୟୋସ୍ନା ତ୍ରିପାଠୀ, ଅଧ୍ୟାପିକ ଶୁଚିସ୍ମିତା ଦାଶ, ଅଧ୍ୟାପିକା ସୁସ୍ନାତା ଶୋଭାଲିନ ମହାପାତ୍ର ପ୍ରମୁଖ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ସାମିଲ ଥିବାବେଳେ ଶେଷରେ ଶରତ କୁମାର ମିଶ୍ର ଓ ଧର୍ମେନ୍ଦ୍ର ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top