କେନ୍ଦୁଝର

ସ୍ବାଧୀନତା ଦିବସରେ ପୋଲିସ ସହ ସାମ୍ବାଦିକ ମିଶି ବୃକ୍ଷ ରୋପଣ କଲେ, ତାହାକୁ ନେଇ କେନ୍ଦୁଝରରେ ଚର୍ଚ୍ଚା

କେନ୍ଦୁଝର,ତା ୧୯ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ୭୨ତମ ସ୍ବାଧୀନତା ଦିବସକୁ ସମଗ୍ର ଦେଶ ହସ ଉଲାସରେ ପାଳିତ ହେଉଥିବା ବେଳେ କେନ୍ଦୁଝର ସଦର ପୋଲିସ ଏବଂ ଦୁଇ ସାମ୍ବାଦିକ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଖଣି ଖାଦାନ ଆବଧରେ ଜଙ୍ଗଲ କଟାଜିବା ସହ ପରିବେଶ ସନ୍ତୁଳନ ଦିନକୁ ଦିନ ବିଗାଡିବାରେ ଲାଗିଛି । ଏହାକୁ ନଜର ରଖି କେନ୍ଦୁଝରର ଦୁଇ ଜଣ ସାମ୍ବାଦିକ ସଦର ପୋଲିସ ସହ ମିଶି ସଦର ଥାନା ପରିସର ମଧ୍ୟରେ ଥିବା ବନାଯୋଡି ଟୋଲ ପ୍ଲାଜା ସିଲିସୁଆଁ ନିକଟସ୍ଥ ଓମଫେଡ ପ୍ଲାଣ୍ଟ ଏବଂ ଲାବନ୍ୟ ଛକ ନିକଟରେ ଥିବା ଉଭରହେଡ୍ ପାଣି ଟାଙ୍କି ନିକଟରେ ୫୦ରୁ ଉର୍ଦ୍ଧ୍ବ ମୂଲ୍ୟବାନ ବୃକ୍ଷ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦର ଥାନା ପୋଲିସ ଏସ୍ଆଇ ତ୍ରିନାଥ ସେଠୀ , ସାମ୍ବାଦିକ ପ୍ରତ୍ୟୁଷ୍ ପଟ୍ଟନାୟକ, ଦୀପକ ବେହେରା , ସତ୍ୟବ୍ରତ ଦାସଙ୍କ ମିଳିତ ସହଯୋଗରେ ଜାମୁହରିଡା ଠାରେ ସାଗୁଆନ ବୃକ୍ଷ ରୋପଣ କରିବା ସହ ବଣ୍ଟନ କରିଥିଲେ । ଏହି ଭଳି ଉତ୍ତମ ଚିନ୍ତାଧାରା ଓ ଉତ୍ତମ କାର୍ଯ୍ୟକୁ ନେଇ କେନ୍ଦୁଝର ସାମ୍ବାଦିକ ମହଲରେ ପ୍ରଶଂସନୀୟ ସହ ଚର୍ଚ୍ଚାର ବିଷୟ ପାଲଟିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top