ଜିଲ୍ଲା ପରିକ୍ରମା

ସ୍ବପ୍ନର ଗୁରୁପ୍ରୀୟା ସେତୁ ଓ ସାତମହଲା ହସପିଟାଲ ଉଦଘାଟିତ, ବିଛିନ୍ନାଚଂଳ କୁ ସ୍ୱାଭିମାନ ଅଚଂଳ ଭାବେ ଓ ଉନ୍ନୟନ ପାଇଁ ୧୦୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି ,୨୬ା୭ (ଓଡିଆ ପୁଅ ) ଦୀର୍ଘ ପାଚଂଦଶନ୍ଧି ଜଳବନ୍ଦି ଜୀବନ ବିତାଇବା ପରେ ବିଛିନ୍ନାଚଂଳ ବାସୀଙ୍କ ସ୍ୱପ୍ନ ସତ ଆଜି ସତହୋଇଛି । ଏହି ଐତାହାସିକ ଗୁରୁପ୍ରୀୟା ସେତୁକୁ ଆଜି ସନସାଧାରଣଙ୍କ ଉଦ୍ୟଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟନାୟକ ଲୋକାର୍ପଣ କରିଛନ୍ତି । ନିର୍ଦ୍ଦାରିତ ସମୟ ଠାରୁ ଅଧ ଘଟାଂଏ ବିଳମ୍ବରରେ ଚିତ୍ରକୋଣ୍ଡା ଜାନବାଇ ଠାରେ ସ୍ୱତନ୍ତ୍ର ହେଲିକେପ୍ଟର ରେ ପହଁଚି ବିଛିନ୍ନାଚଂଳ ର ଲାଇଫଲାଇନ ଗୁରୁପ୍ରାୟା ସେତୁ ଉଦଘାଟନ କରିସାରି ମୁଖ୍ୟମନ୍ତ୍ରୀ ସେତୁଉପରେ ପାଦରେ ଚାଲି ଚାଲି ଆପର ପାଶ୍ୱର୍କୁ ଯାଇ ସେତୁ ଚାରିପାଖରେ ଘେରି ରହିଥିବା ହଜାର ହଜାର ବିଛିନ୍ନାଚଂଳର ଆଦିବାସୀ ମହିଳା ଓ ପୁରୁଷ ଙ୍କୁ ହାତହଲାଇ ଧନ୍ୟବାଦ ଜଣାଇଥିଲେ । ସେଠାରେ ଅନୁଷ୍ଟିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଏହି ସେତୁ କେବଳ ମାଲକାନଗିରି ଜିଲ୍ଲା ବିଛିନ୍ନାଚଂଳ ବାସୀଙ୍କର ସ୍ୱପ୍ନ ନଥିଲା ଏହା ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ଐତିହାସିକ ସେତୁ ଥିଲା । ବହୁ ବାଧାବିଘ୍ନ ବାଦ ପ୍ରତିବାଦ ମଧ୍ୟରେ ସେତୁଟି ନିର୍ମାଣ ସରିଛି ,ବିଛିନ୍ନାଚଂଳର ୧୫୧ଖଣ୍ଡଗ୍ରାମବାସୀ ଏହି ସେତୁ ଦ୍ୱାରା ଉପକୃତ ହୋଇପାରିବେ, ଜିଲ୍ଲାସଦର ମହକୁମା ସହିତ ସିଧାସଳଖ ଭାବେ ସ୍ଥଳପଥରେ ସପଂର୍କ ଯୋଡିହୋଇଗଲା  । ଆଉ ବିଛିନ୍ନାଚଂଳ ହୋଇ ରହିବ ନାହିଁ ୧୫୧ଖଣ୍ଡଗ୍ରାମ, ଏହାକୁ ସ୍ୱାଭିମାନ ଅଚଂଳ ଭାବେ ଏବେ କୁହାଯିବ ।

ଏହି ଅଚଂଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ,ବିଭିନ୍ନ ଉନ୍ନୟନ ପାଇଁ ସ୍ୱତନ୍ତ୍ରଭାବେ ରାଜ୍ୟସରକାରଙ୍କ ପକ୍ଷରୁ ୧୦୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ । ଦୀର୍ଘ  ୫୦ ବର୍ଷଧରି ଚିତ୍ରକୋଣ୍ଡା ବିଛିନ୍ନାଚଂଳବାସୀ ଜଳବନ୍ଦି ଜୀବନ ବିତାଉଥିବା ୭ଟି ଗ୍ରାମ ପଚାଂୟତର ୧୫୧ଖଣ୍ଡ ଗ୍ରାମବାସୀଙ୍କ ନିମନ୍ତେ ସ୍ଥଳପଥରେ ଗମନାଗନର ସୁବିଧା କରିବାପାଇଁ ରାଜ୍ୟସରକାର ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟରେ ଥିବା ଗୁରୁପ୍ରୀୟା ନଦୀ ଜାନବାଇଘାଟ ଠାରେ ସେତୁ ନିର୍ମାଣ  କାମ ଗତ୨୦୧୪ମସିହାରୁ ଆରମ୍ଭ ହୋଇଥିଲା, ଏହି ସେତୁ ନିର୍ମାଣ ପାଇଁ ବ୍ୟୟଅଟକଳ ପ୍ରଥମେ ୫୨କୋଟି ରୁ ବୃଦ୍ଧି କରା ଯାଇ ଏବେ ୧୮୭.୨୫ କୋଟିଟଙ୍କା ଖର୍ଚ ହୋଇଛି । ଅତ୍ୟାଧୁନିକ ଶୈଳିରେ ସେତୁ ନିର୍ମାଣ କାମ କରାଯାଇଛି,ଏହି ସେତୁର ଦୈର୍ଘ୍ୟ ୯୧୦ମିଟର ଓସାର ୮.୪୧୮ ମିଟର, ୪୯୧୦ବର୍ଗ କି.ମି.ବିଶିଷ୍ଟ ଚିତ୍ରକୋଣ୍ଡା ପରି ଏକ ବୃହତ ଜଳଭଣ୍ଡାର ଭିତରେ ଥିବା ୭ଟି ଗ୍ରାମପଚାଂୟତ ୧୫୧ଖଣ୍ଡଗ୍ରାମର ପ୍ରାୟ୩୧ହଜାରରୁ ଉର୍ଧ ଆଦିବାସୀ ଲୋକ ଏହି ସେତୁ ଦ୍ୱାରା ଉପକୃତ ହୋଇପାରିଛନ୍ତି ବୋଲି ରାଜ୍ୟପୁର୍ତ ଓ ଗୃହ ନିର୍ମାଣ ମନ୍ତ୍ରୀ ପ୍ରଫୁଲମଲ୍ଲିକ କହିଥିଲେ । ଗୁରୁପ୍ରୀୟା ସେତୁ ଉଦଘାଟନି ପରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଠାରେ ପହଁଚି ନବନିର୍ମିତ ସାତମହଲା  ୩୦୦ଶଯ୍ୟାବିଶିଷ୍ଟ ଜିଲ୍ଲାହସପିଟାଲ ଗୃହକୁ ଲୋକାର୍ପଣ କରିଥିଲେ । ଏହା ବ୍ୟତିତ  ନବନିର୍ମିତ ବିଇଡି କଲେଜ ସହିତ ପୋଲ,ଛାତ୍ରବାସ ଅନ୍ୟାନ ୫୧ଟିପ୍ରକଳ୍ପ କୁ ଉଦଘାଟନି ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସେଥି ମଧ୍ୟରୁ ୪୧ଟି ପ୍ରକଳ୍ପ ଉଦଘାଟନି ଓ ୧୦ଟି ପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନହୋଇଥିଲା । ଏହି ନାମଫଳକ ଗୁଡିକୁ ହସପିଟାଲ ପରିସରରେ ଉଦଘଟନ କରିବା ପରେ ଜିଲ୍ଲାକ୍ରୀଡା ହଷ୍ଟେଲ ପରିସର ଷ୍ଟେଡିୟମ ଠାରେ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।

ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଭାବେ ମାଲକାନଗିରି ଜିଲ୍ଲାପ୍ରତି ଗୁରୁତ୍ୱରହିଛି,ଏହି ଜିଲ୍ଲାକୁ ସବୁ କ୍ଷେତ୍ରରେ ଆଗୁଆ ଜିଲ୍ଲାଭାବେ ପରିଗଣିତ କରି ଜିଲ୍ଲାବାସୀ ଓ ବିଛିନ୍ନାଳ ବାସୀଙ୍କ ସ୍ୱାସ୍ଥ୍ୟ,ଶିକ୍ଷା,ଗମନାଗମନ,ପରିବହନ,ପାନୀୟଜଳ ଯୋଗାଣ ବ୍ୟବସ୍ଥା ସହିତ ଅନ୍ୟାନ ଉନ୍ନୟନମୁଳକ କାର୍ଯ୍ୟପାଇଁ ସ୍ୱତନ୍ତ୍ର ଭାବେ ୧୦୦କୋଟିଟଙ୍କାର ପ୍ରକଳ୍ପ ମଜୁଂର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ । ଏହି ସଭାରେ ପୁର୍ତଗୃହନିର୍ମାଣ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲକୁମାର ମଲିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଅନୁସୁଚିତ ଜନଜାତି ସଖ୍ୟାଂଲଘୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ,ସୁଚନାପ୍ରଯୁକ୍ତି ଯୁବ ଓ କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା,ନବଂଗପୁର ସାଂସଦ ବଳଭଦ୍ର ମାଝୀ,ରାଜ୍ୟବିହନ ନିଗମ ଅଧ୍ୟକ୍ଷ ଅରବିନ୍ଦଢାଲି,ମାଲକାନଗିରି ବିଧାୟକ ମାନସ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା,ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପ୍ରମୁଖ ମଚାଂଶିନ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ବିଛିନ୍ନାଚଂଳ ଓ ଜିଲ୍ଲାସଦର ମହକୁମା ଠାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ସଭାସ୍ଥଳରେ ବ୍ୟାରିକେଟ ନିର୍ମାଣ କରାଯାଇ ମେଟାଲ ଡିଟେକ୍ଟର ଦ୍ୱାରା ଯାଚଂ କରାଯାଇ ସଭାସ୍ଥଳକୁ ଜନସାଧରଣଙ୍କୁ ଛଡା ଯାଇଥିଲା । ଏହାବ୍ୟତିତ ଜିଲ୍ଲାରେ ହାଇଆଲର୍ଟ ଜାରି ସହିତ ବିଭିନ୍ନ ମାଓପ୍ରବଣ ଅଚଂଳରେ ପୁଲିସ ପେଟ୍ରୋଲିଂ କଂମ୍ବି ଅପରେସନକୁ ଯୋରଦାର କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକାର୍ଯ୍ୟ କ୍ରମକୁ ସଫଳକରିବା ପାଇଁ  ଏସପି ଜଗମୋହନ ମୀନା,ପିଡି ଡିଆରଡିଏ ପରାଗ ହର୍ଷଦ ଗୋଭାଲି,ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ, ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଜେଡି ଦଳିୟ କର୍ମି ନେତା ମାନେ ରାତି ଦିନ ଲାଗିପଡିଥିଲେ । ପାଗ ଅନୁକୁଳ ଥିବାରୁ ପ୍ରାୟ  ୨୦ହଜାର ଜନସାଧାରଣ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ସଭାସ୍ଥଳରେ ଉପସ୍ଥିତ ଥିଲେ ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top