ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁରୁମୁଙ୍ଗାରେ ସଚେତନତା ଶୋଭାଯାତ୍ରା

ତୁରୁମୁଙ୍ଗା.ତା.୨୦.୦୮(ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣାବ୍ଲକର ବିଭିନ୍ନ ଅଞ୍ଚଳ ବା ଗ୍ରାମରେ ରାଷ୍ଟ୍ରୀୟ ସ୍ବଦେଶୀ ସୁରକ୍ଷା ଅଭିଯାନ ତରଫରୁ ବିଶାଳ ରାଲି ହୋଇଯାଇଛି।

ବ୍ଲକ ଅଞ୍ଚଳର  ଗ୍ରାମଗୁଡିକରେ ବିଦେଶୀ ସାମଗ୍ରୀ ଗୁଡିକୁ ବର୍ଜନ କରିବାକୁ ନେଇ ବଡ ଧରଣର ପଦକ୍ଷେପ ନିଆଯିବା ସହ ବିଶେଷ କରି  ଚିନ୍ରୁ ଆସୁଥିବା ସାମଗ୍ରୀକୁ ବାରଣ କରି ନିଜ ଦେଶର ସାମଗ୍ରୀକୁ  ଆପଣେଇ ବାକୁ ବିଶେଷ ଆହ୍ବାନ କରାଯାଇଥିଲା। ଚାଇନା ହଟାଅ ଦେଶ ବଞ୍ଚାଅ ଶ୍ଳୋଗାନ ଦେଇ ଏକ ରାଲି କରାଯାଇଛି। ଚାଇନା ନିର୍ମିତ ସାମଗ୍ରୀକୁ ବର୍ଜନ କରିବା ପାଇଁ ଅଞ୍ଚଳର  ଲୋକ ମାନଙ୍କୁ ବୁଝାଇବା ସହ ସଚେତନ କରାଯାଇଥିଲା।

ସ୍ୱଦେଶୀ ଜାଗରଣ ମଞ୍ଚର ସଭାପତି ଅଖିଳ ନାୟକ ସ୍ୱଦେଶୀ ଗ୍ରହଣ ଏବଂ ବିଦେଶୀ ବର୍ଜନ କରିବା କୁ ଲୋକଙ୍କୁ ଅନୁରୋଧ କରିଥିଲେ ।ଏଥି ସହ ଆଗାମୀ ପାର୍ବଣ ରୁତୁରେ ଚିନ୍ ତିଆରି କରିଥିବା ବା ଚିନରୁ ଆସୁଥିବା କୌଣସି ସାମଗ୍ରୀ ବ୍ୟବହାର ନକରିବାକୁ ଅନୁରୋଧ କରିବା ସହିତ ସଚେତନତା ବାର୍ତ୍ତା  ଦେଇଥିଲେ।

Leave a Reply

Your email address will not be published. Required fields are marked *