ଜିଲ୍ଲା ପରିକ୍ରମା

ସ୍ପ୍ରେଡ୍ ତରଫରୁ ଜାତୀୟ ପୋଷଣ ଦିବସ ପାଳିତ

ଖଡିଆଳ/ନୂଆପଡା-୦୨.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ୍ ତରଫରୁ ନୂଆପଡା ଜିଲାର ବେଡେନ ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଶନିବାର ଜାତୀୟ ପୋଷଣ ଦିବସ ପାଳିତ ହୋଇଯାଇଛି । ବୋଡେନ ବ୍ଲକର କୁଲିଙ୍ଗାମାଲ, କମଲାମାଲ, ଖୋର୍ଲା, ଧରଣୀମାଲ, ଦାବରୀ, ମାଲପଡା, ପେନାଲପଡା ଆଦି ଗ୍ରାମର କେନ୍ଦ୍ର ମାନଙ୍କରେ ଏହା ପାଳନ ହୋଇଥିବା ବେଲେ ଅନୁଷ୍ଠାନର ବୋଡେନ ବ୍ଲକ ସଂଯୋଜକ କୁନାଲ ଚରଣ ବେହେରା, ବ୍ଲକ ସଂଯୋଜିକା କସ୍ତୁରୀ ବାଳା ସାମଲ, ପଞ୍ଚାୟତ ସଂଯୋଜକ ଦୟାରାମ ତାଣ୍ଡି, ଦେବେନ୍ଦ୍ର ଭିତିରିଆ, କ୍ଷୀରସିନ୍ଧୂ ଶଗରିଆ, ଦିନବନ୍ଧୁ ଛତ୍ରୀୟା, ସମୀକ୍ଷା ସାଥି ଗଣ ଓ ଅଙ୍ଗନୱାଡି କର୍ମି ସାମିଳ ଥିଲେ । କ୍ଷୀରର ଉପାଦେୟତା, ଗର୍ଭବତୀ ମହିଲାଙ୍କ ଯତ୍ନ, ଭିଟାମିନ ଯୁକ୍ତ ଖାଦ୍ୟ ଗ୍ରହଣ, ଟିକାକରଣ, କୃମି ବଟୀକା ସେବନ, ରକ୍ତହୀନତାରୁ ରକ୍ଷା ପାଇଁ ଆଇରନ୍ ଯୁକ୍ତ ଖାଦ୍ୟ ଖାଇବା, ବାଲ୍ୟ ବିବାହ ରୋକିବା, ମଶାରୀ ବ୍ୟବହାର ଓ ମ୍ୟଲେରିଆ ନିୟନ୍ତ୍ରଣ ଓ ଶୌଚାଳୟ ବ୍ୟବହାର ଆଦି ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଗର୍ଭବତୀ, ପ୍ରସୂତୀ ଓ କିଶୋରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହା ଅନୁଷ୍ଠାନ ତରଫରୁ ପଥ ପ୍ରାନ୍ତ ସଭା, ର୍ୟାଲି, କାନ୍ଥ ଲିଖନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top