ସ୍ପି୍ରଣ୍ଟ ଚିଟ୍ଫଣ୍ଡ ମାମଲା : ମୁଖ୍ୟ ଅଭିଯୁକ୍ତ ଅଶୋକଙ୍କୁ ପାଉନି ପୁଲିସ୍ ୨୯ ରେ ଭଦ୍ରକରେ ଜମାକାରୀ ମିଳିତ ମଂଚର ବୈଠକ

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ପି୍ରଣ୍ଟ ଚିଟ୍ଫଣ୍ଡର ରିଙ୍ଗ ମାଷ୍ଟର ଅଶୋକଙ୍କର ଛାଇକୁ ଛୁଇଁ ପାରୁନି ଭଦ୍ରକ ପୁଲିସ୍। ଏତେ ପାୱାର ଫୁଲ ଅଶୋକଙ୍କ ପତ୍ତା ବି ପାଉନି ପୁଲିସ୍। ଏଇ ନିକଟରେ ରହି ଅଶୋକ ନିଜର ସବୁ କାରବାର ଚଳାଇଛି। ପୁଲିସ୍ର ହାତ ପାଆନ୍ତାରେ ରହିଛି ଅଶୋକ। ମାତ୍ର ତାକୁ କାହିଁକି ଉଠାଉନାହିଁ ପୁଲିସ୍। ତାର ସବୁ ସଂପର୍କୀୟ ରହିଛନ୍ତି ଭଦ୍ରକରେ, ସେମାନଙ୍କ ସହ ଅଶୋକର ରହିଛି ଏବେ ବି ସଂପର୍କ। ପୁଲିସ୍ ସେମାନଙ୍କୁ ଡାକି ପଚରା ଉଚୁରା କରୁନାହିଁ କାହିଁକି। ଭଦ୍ରକ ସହରରେ ସ୍ପି୍ରଣ୍ଟ ଚିଟ୍ଫଣ୍ଡ ସଂସ୍ଥା ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇ ଭୁବନେଶ୍ୱରରେ ନିଜର ଆଡ୍ଡା ଜମେଇଥିବାବେଳେ ଏହାର ୩ ନିର୍ଦ୍ଦେଶକ ମଧ୍ୟ ରାଉରକେଲା ଓ ଭୁବନେଶ୍ୱରରେ ରହୁଛନ୍ତି। ଏଇ ସଂସ୍ଥା ନାମରେ ଆଜକୁ ୩ ବର୍ଷ ହେବ କିଛି ଜମାକାରୀ ଓ ଜମାକାରୀ ମିଳିତ ମଂଚ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗମୂଳେ ପୁଲିସ୍ ମାମଲା ରୁଜୁ କରିଥିଲା। ଜିଲାର ସବୁ ଚିିଟ୍ଫଣ୍ଡ ସଂସ୍ଥାର ମାଲିକଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସ୍ପି୍ରଣ୍ଟ ସଂସ୍ଥାର ମାଲିକଙ୍କ ପ୍ରତି ପୁଲିସ୍ର ଅନୁକମ୍ପା ଜମାକାରୀ ମିଳିତ ମଂଚର ନେତା ଫାଲଗୁନି ରାଉତ ପ୍ରଶ୍ନ ଉଠାଇଛନ୍ତି। ସ୍ପି୍ରଣ୍ଟ ସଂସ୍ଥାର ମାଲିକଙ୍କୁ ପୁଲିସ୍ ଗିରଫ ନକଲେ ଆଗାମୀ ଦିନରେ ଜମାକାରୀ ମିଳିତ ମଂଚ ପକ୍ଷରୁ ଭଦ୍ରକରେ ଏସ୍ପି ଓ ଜିଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି। କେବଳ ସ୍ପି୍ରଣ୍ଟ ନୁହେଁ ବାସିଲ ଇଣ୍ଟର ନ୍ୟାସ୍ନାଲର ଭଦ୍ରକ ଜିଲା ମୁଖ୍ୟଙ୍କ ସମେତ ଅନ୍ୟ ୨ ଜଣ କର୍ମଚାରୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିନାହିଁ। ସ୍ପି୍ରଣ୍ଟ ଓ ବାସିଲର କିଛି ଏଜେଣ୍ଟ ଓ କର୍ମଚାରୀ ଜମାକାରୀଙ୍କର ଟଙ୍କାକୁ ଆତ୍ମସାତ୍ କରି ଏବେ ଏଇ ଟଙ୍କାରେ ବଡ ବଡ ବ୍ୟବସାୟ କରୁଛନ୍ତି। ଆସନ୍ତା ୨୯ ତାରିଖରେ ଜିଲା ଜମାକାରୀ ମିଳିତ ମଂଚ ପକ୍ଷରୁ ଭଦ୍ରକର ବାଲଗୋପାଳ ମନ୍ଦିର ସଭାକକ୍ଷରେ ଏକ ଜରୁରୀ ବୈଠକ ଡକାଯାଇ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବ ବୋଲି ସ୍ଥିର କରିଛି। ମଂଚର ଜିଲା ସଭାପତି ଉମେଶ ନାୟକ, ମନୋଜ ପାତ୍ର, ଶିବ ପ୍ରସାଦ ପଣ୍ଡା, ଉପେନ୍ଦ୍ର ପାଢୀ, ଏସକେ ସାଇମୁର ଅଲ୍ଲୀ, ବିଜୟ ସାହୁ, ଅମୂଲ୍ୟ ନନ୍ଦ, ରାଜେନ୍ଦ୍ର ସାହୁ, ଫାଲଗୁନି ରାଉତ ପ୍ରମୁଖ ଆଗାମୀ ଦିନରେ ଜିଲା ବ୍ୟାପୀ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *