ଓଡ଼ିଶା

ସ୍ନାନପୂର୍ଣ୍ଣିମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଆଇଜି

ପୁରୀ ୨୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସ୍ନାନପୂର୍ଣ୍ଣିମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଂଚଳ ଆଇଜି ସୈାମେନ୍ଦ୍ର ପ୍ରୟଦର୍ଶୀ। ଏନେଇ ବୁଧବାର ପୁର୍ବାହ୍ନରେ ପୌର ସଦନରେ ପୋଲିସି ଅଧିକାରୀ ମାନଙ୍କ ବୈଠକରେ ଶ୍ରୀ ପ୍ରୟଦର୍ଶୀ ସ୍ନାନଦେବୀରେ ଦର୍ଶନ ବ୍ୟବସ୍ତା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତିଶୃଙ୍ଖଳା ରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଅଧିକାରୀମାନଙ୍କୁ ସୂଚନା ଦେଇ ସେ କହିଲେ ଯେ ପ୍ରତ୍ୟେକ ପୋଲିସ୍ ଅଫିସର ଧର୍ଯ୍ୟର ସହ କର୍ତବ୍ୟ ସଂପାଦକ କରିବା ଦରକାର। ସ୍ନାନଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପୋଲିସର ପ୍ରଥମ କର୍ତବ୍ୟ ଏଥି ପ୍ରତି ପ୍ରତ୍ୟେକ ସଚେତନ ହେବାକୁ ସେ ପରାମର୍ଶ ଦେଇଥିଲେ। ଏସ୍, ପି ସାର୍ଥକ ଷଡ଼ଙ୍ଗୀ କହିଲେ ଯେ, ଟ୍ରାଫିକ ନିୟନ୍ତ୍ରଣ ପୋଲିସ ପାଇଁ ଏକ ବଡ଼ଚ୍ୟାଲେଞ୍ଜ, ପୂର୍ବରୁ ସ୍ନାନଯାତ୍ରା ଓ ରଥଯାତ୍ରାରେ କାର୍ଯ୍ୟକରିଥିବା ଅଧିକାରୀ ମାନେ ନିଜର ଅଭିଳତାକୁ ପାଥେୟ କରି ଚଳିତ ବର୍ଷ ସ୍ନାନଯାତ୍ରାରେ ଠିକ୍ ଭାବେ କର୍ତବ୍ୟ ସଂପାଦକ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ସ୍ନାନଯାତ୍ରରେ ସମୁଦାୟ ପ୍ଲାଟୁନ ଫୋର୍ସ୍ ମୃତୟନ ହେବେ। ଶ୍ରୀ ମନ୍ଦିରରେ କେବଳ ୨୫ ପ୍ଲାଟୁନ ଫୋର୍ସଙ୍କୁ ମୃତୟନ କରାଯିବ। ଏଥି ସହ ୩ ଜଣ କମାଣ୍ଡ, ୮ଜଣ ଅତିରିକ୍ତ ଏସି.ପି ୧୨ଜଣ ଡ଼ି.ଏସ୍.ପି. ୩୪ ଜଣ ଇନ୍ସପେଟର, ୨୨୦ଜଣ ଏପିଆର, ୩୫ଜଣ ହାବିଲଦାର, ୩୦୦ କନେଷ୍ଟବଳ, ୬୦୦ ହୋମଗାର୍ଡ଼କୁ ଡ଼ିୟୁଟିରେ ମୃତୟନ କରାଯିବ। ଟ୍ରାଫିକ ପାଇଁ ସ୍ୱନ୍ତ୍ରର ବୈଠକରେ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top