ସ୍ଥାୟୀ ନିଯୁକ୍ତି ପାଇଁ କଳା ଓ କ୍ରୀଡା ଶିକ୍ଷକଙ୍କ ଦାବିପତ୍ର

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲ୍ଲାର ସର୍ବଶିକ୍ଷା ଅଭିଯାନରେ ୨୦୧୩ ମସିହାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କଳା ଓ କ୍ରୀଡା ସାମୁହିତ ପ୍ରଶିକ୍ଷକ ମାନେ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଶିକ୍ଷକ ମାନଙ୍କ କହିବା ଅନୁଯାୟୀ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସତ୍ୱେ ମଧ୍ୟ ଛାତ୍ର/ଛାତ୍ରୀ ମାନଙ୍କ ଉପସ୍ଥାନ ବୃଦ୍ଧି ପାଉନଥିଲା। ତେଣୁ ସରକାର ବିଦ୍ୟାଳୟ ମାନଙ୍କରେ କଳା ଓ କ୍ରୀଡା ଶିକ୍ଷକ ନିଯୁକ୍ତି କରିବା ପରେ ଉପସ୍ଥାସନ ବୃଦ୍ଧି ପାଇବା ସହ ବିଭିନ୍ନ କଳାରେ ଓଡିଶା ପାଇଁ ଗୈାରବ ଆଣି ଦେଇଛି। କଳା ଓ କ୍ରୀଡା ମହାସଂଘର ଭଦ୍ରକ ଶାଖାର ସଭାପତି ବିପିନ କୁମାର ବସନ୍ଥିଆ, ଯୁଗ୍ମ ସଂପାଦକ ଆଶିସ କୁମାର ସାହୁ, କୋଷାଧ୍ୟକ୍ଷ ଲକ୍ଷ୍ମୀଧର ବେହେରା, ଅମୂଲ୍ୟ ବିଶ୍ୱାଳଙ୍କ ସମେତ ଅନେକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଶ୍ରୀ ଦାସଙ୍କୁ ଏକ ଲିଖିତ ଦାବିପତ୍ର ଦେଇଥିବା ଜଣାଇଛନ୍ତି। ଯଦି ସରକାର ସେମାନଙ୍କ କଥା ନ ଶୁଣନ୍ତି ତାହାହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି।

Leave a Reply

Your email address will not be published. Required fields are marked *