ସ୍ଥାୟୀ ନିଯୁକ୍ତି ଦାବୀ ନେଇ ବେଦାନ୍ତ ମୂଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ।

କଳାହାଣ୍ଡି (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ର ଏକମାତ୍ର ଶିଳ୍ପ କାରଖାନା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବୀରେ ୫ଟି ପଞ୍ଚାୟତର ଲୋକେ ଗତ ସୋମବାର ୩୦/୧୦ ତାରିଖ ଦିନ ମୂଖ୍ୟ ଫାଟକ ସମ୍ମୁଖରେ ନିକ୍ଷୋଭ ଓ ଧାରଣା ଦେଇଥିଲେ । ମଙ୍ଗଲବାର ଦିନ ବୁନେ୍ଦଲ ଗ୍ରାମବାସୀ କମ୍ପାନୀର ରେଡମଡ ପଣ୍ଡ ରୁ ନିର୍ଗତ ନାଳ ପାଣି ତାଙ୍କ ଚାଷ ଜମିକୁ ନଷ୍ଟ କରୁଥିବା ଅଭିଯୋଗ କରି ମୂଖ୍ୟ ଫାଟକ ସମ୍ମୁଖରେ ଛଅ ଘଣ୍ଟା କାଳ ବିକ୍ଷୋଭ କରିଥିଲେ । ସମ୍ପ୍ରସାରଣରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବୀ କରି ବସନ୍ତପଡା,ଛତ୍ରପୁର,ଚମ୍ପାଦେଇପୁର,ଲାଞ୍ଜିଗଡ,ବାତେଲିମା ଓ ଜଗନ୍ନାଥପୁର ଅଞ୍ଚଳ ବାସୀ ମାନେ ମୂଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥରଲେ । କମ୍ପାନୀ କର୍ତୃପକ୍ଷ ବିକ୍ଷୋଭ ସ୍ଥଳକୁ ଆସି ଆଲୋଚନା କରି ପ୍ରତିଶ୍ରୃତି ଦେବାପରେ ବିକ୍ଷୋଭକାରୀମାନେ ଓହରିଥିଲେ ।

ସେହିପରି ମଙ୍ଗଳବାର ଦିନ ଭୋର ୪ଟା ସମୟରୁ ବୁନେ୍ଦଲ ଗ୍ରାମ ଓ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକ ଆସି ବେଦାନ୍ତର ରେଡମଡ ପଣ୍ଡର ବିଷାକ୍ତ ଜଳ ଲିକେଜ ଯୋଗୁଁ ତାଙ୍କ ପରିବେଶ ନଷ୍ଟ ହୋଇ ବିଭିନ୍ନ ରୋଗରେ ପଡୁଥିବା ଏବଂ ଚାଷ ନଷ୍ଟ ହେଉଥିବା ନେଇ ଦିନ ଏଗାରଟା ଯାଏ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କମ୍ପାନୀ କର୍ତୃପକ୍ଷ ବୁଝାଶୁଝା କରିବା ପରେ ବିକ୍ଷୋଭରୁ ଓହରିଥିଲେ । ତେବେ ଲାଞ୍ଜିଗଡ ବ୍ଲକର ବିକାଶରେ ଭାଗୀଦାର ନହେଲେ ବେଦାନ୍ତ କମ୍ପାନୀକୁ ଲାଞ୍ଜିଗଡରୁ ତଡି ଦେବାକୁ ସମଗ୍ର ଲୋକେ ତୀବ୍ର ଆନେ୍ଦାଳନ କରିବେ ବୋଲି ସାନ୍ଦା ମାଝୀ,ପ୍ରଦୀପ ମାଝୀ,ପୂର୍ଣ୍ଣ ମାଝୀ,ବିଶ୍ୱନାଥ ମାଝୀ,ବିଶ୍ୱନାଥ ମାଝୀ,ରାଇସାଣା ମାଝୀ,ରୂପା ମାଝୀ ପ୍ରମୂଖ ବିକ୍ଷୋଭକାରୀମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *