ଓଡ଼ିଶା

ସ୍ଥାୟୀ ନିଜୁକ୍ତି ଦାବିରେ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଙ୍ଘର ବିକ୍ଷୋଭ

କେନ୍ଦ୍ରାପଡା ୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସାତଦଫା ଦାବିପତ୍ର ପ୍ରଦାନ କରିଥିଲେ । ରାଜ୍ୟର ସହରଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ପାନୀୟଜଳ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ ବାରହଜାରରୁ ଉଦ୍ଧ୍ୱର୍ ବିଭିନ୍ନ ବର୍ଗର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନଙ୍କର କେତେକ ସର୍ବନିମ୍ନ ମୈାଳିକ ସମସ୍ୟା ଗୁଡିକର ସନ୍ତୋଷ ଜନକ ସମାଧାନ ଦିଗରେ ସରକାରଙ୍କ ସଂପୃକ୍ତ ବିଭାଗମାନଙ୍କର ନିଷ୍କ୍ରିୟତା ପାଇଁ କର୍ମଚାରୀମାନଙ୍କ ମଧ୍ୟରେ ଚରମ ଅସନ୍ତୋଷ ସୃଷ୍ଟି ହୋଇଛି । ସମସ୍ୟା ଗୁଡିକର ସମାଧାନ ପାଇଁ ସରକାରୀ ସ୍ତରରେ ବାରମ୍ବାର ଆଲୋଚନା,ନିଷ୍ପତି ଓ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରି ହୋଇପାରି ନଥିବାରୁ କର୍ମଚାରୀମାନଙ୍କ ମଧ୍ୟରେ ଚରମ ପ୍ରତିକ୍ରୀୟା ପାଉଛି । ଜନସ୍ୱାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ଦୀର୍ଘ ବର୍ଷଧରି କାର୍ଯ୍ୟକରି ଆସୁଥିବା ୱାର୍କଚାର୍ଜ କର୍ମଚାରୀଙ୍କୁ ରେଗୁଲାର କରିବା,ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଜୁକ୍ତି ପ୍ରଦାନ ଆଦି ସାତଦଫା ଦାବି ସମ୍ବଳିତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଙ୍ଘର ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ସହିତ ଏହି ଦାବି ଗୁଡିକ ପୁରଣ ନହେଲେ ଆସନ୍ତା ମାର୍ଚ୍ଚମାସ ୧୪ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ ଧାରଣାରେ ବସିବେ ବୋଲି ନିଷ୍ପତି ନିଆଯାଇଛି । ଏହାପରେବି ସମସ୍ୟାର ସମାଧାନ ନହେଲେ ମାର୍ଚ୍ଚ ୧୬ ତାରିଖ ଠାରୁ ଜିଲ୍ଲାର ସମସ୍ତ କର୍ମଚାରୀ ନିଜ ନିଜର ସ୍ଥାନ ଛାଡି ଭୂବନେଶ୍ୱର ଯାଇ ଗାନ୍ଧୀ ମାର୍କେଟ ଠାରେ ସମସ୍ୟାର ସମାଧାନ ପର୍ଯ୍ୟନ୍ତ ଧାରଣାରେ ଯୋଗଦେବା ପାଇଁ ନିଷ୍ପତି ହୋଇଛି । ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମହାନ୍ତି,ସମ୍ପାଦକ ସୁଶାନ୍ତ କୁମାର ନାୟକ,ପୂର୍ବ ଜୋନର ସମ୍ପାଦକ ଅରକ୍ଷିତ ନାୟକ,କଟକ-୨ନମ୍ବର ଜୋନର ସମ୍ପାଦକ ସୁରେନ୍ଦ୍ର କୁମାର ନାଥ,ଲକ୍ଷ୍ମୀଧର ମୁଦୁଲି,ପରମାନନ୍ଦ ରଣା, କୈଳାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top