ସ୍ତ୍ରୀ ହତ୍ୟା ମାମଲା ସ୍ୱାମୀ , ଦେଢଶୁର , ଦୁଇ ଦିଅର ନିଦେ୍ର୍ଦାଷରେ ଖଲାସ

ବୌଦ୍ଧ,୧୫ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଏକ ସ୍ତ୍ରୀ ହତ୍ୟା ମାମଲାକୁ ବିଚାର କରି ଅଭିଯୁକ୍ତ ସ୍ୱାମୀ, ଦେଢଶୁର ଓ ଦୁଇ ଦିଅରଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ସୋନପୁର ଜିଲା ତରଭା ଥାନାର ତାଳପଦର ଗା୍ରମର ଯୁଧିଷ୍ଠିର ସେଠୀଙ୍କ ଝିଅ ଶୋଭାଗିନୀ ସେଠୀକୁ ବୌଦ୍ଧ ଜିଲା କଣ୍ଟମାଳ ଥାନା ଉଡେର ଗା୍ରମର ଜଗନ୍ନାଥ ସେଠୀ ଘଟଣାର ୧୪ ବର୍ଷ ପୁର୍ବରୁ ବିବାହ କରିଥିଲେ । ଗତ ୧୩.୧୨.୨୦୧୨ ତାରିଖରେ ରାତିରେ ଯୁଧିଷ୍ଠିର ଖବର ପାଇଲେ ଯେ ତମ ଝିଅ ମରି ଯାଇଛି । ଏହା ପରେ ଯୁଧିଷ୍ଠିରର ପରିବାର ଲୋକ ରାତିରେ ଉଡେର ଗା୍ରମକୁ ଯାଇ ଦେଖିବାକୁ ପାଇଲେ ଯେ ଜ୍ୱାଇଁ ଜଗନ୍ନାଥ ଶୋଭାଗିନୀ କୁ ମାରି ପୋଡି ଦେଇଛି । ଏ ନେଇ ଯୁଧିଷ୍ଠିର ଗତ ୧୪.୧୨.୨୦୧୨ ରେ କଣ୍ଟମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଥାନା କେସ ନଂ ୧୮୧/୨୦୧୨ ରେ ଅଭିଯୁକ୍ତ ସ୍ୱାମୀ ଜଗନ୍ନାଥ ସେଠୀ, ଦେଢଶୁର ଗରୀବ ସେଠୀ ଓ ଦୁଇ ଦିଅର ମେଘନାଦ ସେଠୀ ଓ ଆଦିକନ୍ଦ ସେଠୀ ନାମରେ ମାମଲା କରି ବିଚାର ପାଇଁ କୋର୍ଟକୁ ପଠାଇଥିଲା । ପରବର୍ତ୍ତୀ ସମୟରେ ମାମଲାଟି ଜିଲା ଦୌରାଜଜଙ୍କ ଅଦାଲତରେ ଏସଟି କେସ ନଂ ୧୫/୧୪ ହୋଇ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୧୪ ଜଣଙ୍କ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ପ୍ରମାଣ ଅଭାବରୁ ଅଭିଯୁକ୍ତ ସ୍ୱାମୀ, ଦେଢଶୁର ଓ ଦୁଇ ଦିଅରଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ମାନଙ୍କ ପକ୍ଷରୁ ମାମଲାଟିକୁ ଆଇନଜୀବୀ ନବ କୁମାର ମିଶ୍ର ପରିଚାଳନା କରିଥିôବା ବେଳେ ସରକାରଙ୍କ ପକ୍ଷରୁ ପିପି ଧୁରୀଣ ଦେହୁରୀ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *