ସ୍ତ୍ରୀ ଅଭିଯୋଗରେ ପୋଲିସ ଠାରୁ ମାଡ ଖାଇ ସ୍ୱାମୀର ଆତ୍ମହତ୍ୟା

ଘଟଗାଁ,୧୧.୧୦(ଓଡିଆପୁଅ/ଭବାନୀ ପ୍ରସାଦ/ବିରେନ୍ଦ୍ର କୁମାର)- ସ୍ତ୍ରୀ ଅଭିଯୋଗରେ ଥାନାରେ ପୁଲିସ ଠାରୁ ମାଡ ଖାଇ ଅପମାନିତ ହୋଇ ଆତ୍ମହତ୍ୟା କରିବା ଘଟଣା କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଳଟିଛି । ଘଟଗାଁ ବ୍ଲକ ପୁରୁମୁଣ୍ଡା ଗ୍ରାମର ରମାକାନ୍ତ ନାଏକ ତାଙ୍କ ସ୍ତ୍ରୀଙ୍କ ସହ ଅନେକ ସମୟରେ ମତାନ୍ତର ଲାଗିରହୁଥିଲା । ତେବେ ଏନେଇ ରମାକାନ୍ତ ସ୍ତ୍ରୀର ଅଭିଯୋଗ ରେ ଗୁରୁବାର ଦିନ ପଣ୍ଡାପଡା ଥାନାକୁ ଯାଇଥିଲେ । ଥାନାରେ ପୁଲିସ ବିବାଦର ସମାଧାନ କରିବା ପରିବର୍ତେ ରମାକାନ୍ତଙ୍କୁ ପ୍ରବଳ ମାଡ ମାରିଥିଲା । ଥାନାରେ ସ୍ତ୍ରୀ ସମ୍ମୁଖରେ ମାଡ ଖାଇଥିବା ରମାକାନ୍ତ ଅପମାନ ସହ୍ୟ ନକରି ପାରି ଅତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଥାନାରେ ପୁଲିସ ମାରିଥିବା ଘଟଣାକୁ ରମାକାନ୍ତଙ୍କ ସ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି । ଏହି ଘଟଣା ପାଇଁ ଗ୍ରାମରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ଆତôହତ୍ୟାର ତଦନ୍ତ ପାଇଁ ଆସିଥିବା ପୋଲିସକୁ ଗ୍ରାମବାସୀ ମାନେ ଅଟକ ରଖିବା ସହ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଶବ ଛାଡିବେ ନାହିଁ ବୋଲି ଅଡି ବସିଥିଲେ । ଖବର ପାଇ କେନ୍ଦୁଝର କ୍ରାଇମ ଡିଏସପି ଘଟଣା ସ୍ଥଳରେ ପହଚିଁ ଲୋକଙ୍କୁ ବୁଝାସୁଝା କରିଥିଲେ । ପୋଲିସ ମାଡ ମାରିଥିବା ପ୍ରମାଣିତ ହେଲେ ସମୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରାହଣ କରାଯିବା ବୋଲି ପ୍ରତିଶୃତି ଦେବାପରେ ଲୋକମାନେ ଶବବ୍ୟବଚ୍ଛେଦ ପାଇଁ ଛାଡିଥିଲେ ।

Leave a Reply

Your email address will not be published. Required fields are marked *