ସ୍ତ୍ରୀ ଅଗୋଚରରେ ସରକାରୀ କର୍ମଚାରୀଙ୍କ ଦ୍ୱିତୀୟ ବିବାହ ନ୍ୟାୟ ପାଇଁ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ

ଭଦ୍ରକ, ୧୯ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଅନୁଗୁଳ ଜିଲା ଛେଣ୍ଡିପଦା ଅଂଚଳରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟରତ ଭଦ୍ରକ ଅଂଚଳର ଜନୈକ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପରକିୟା ପ୍ରୀତି ପାଇଁ ଏପରି ଦଷା ଭୋଗୁଛନ୍ତି ଉଭୟ ମା’ ଓ ପୁଅ । ନିଜ ସ୍ୱାମୀଙ୍କ କ୍ରମାଗତ ଅଣଦେଖା ମନୋଭାବ ଓ ନିର୍ଯ୍ୟାତନା ଅସହ୍ୟ ହେବାରୁ ପତ୍ନୀ ପ୍ରମିଳା ଏବେ ଉପଯୁକ୍ତ ନ୍ୟାୟ ପାଇବା ଆଶାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ନିଦେ୍ର୍ଦଶକ, ରାଜ୍ୟ ମାନବାଧିକାର କମିଶନ, ରାଜ୍ୟ ମହିଳା କମିଶନ, ଅନୁଗୁଳ ଜିଲା ମୁଖ୍ୟ ଚିକିସôାଧିକାରୀଙ୍କ ସମେତ ବିଭିନ୍ନ ଫୋରମରେ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଢେଙ୍କାନାଳ ଜିଲା ଗହଳିଆ ଥାନା ଅନ୍ତର୍ଗତ ଷଡଙ୍ଗୀ ଗ୍ରାମର ଚୈତନ୍ୟ ପୋଥାଳଙ୍କ ସହ ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ଜାନୁଗଂଜ ମାଧବନଗରର ସଂପନ୍ନ ହୋଇଥିଲା । କିନ୍ତୁ ପୁତ୍ର ଜନ୍ମର ବର୍ଷକ ପରେ ଚୈତନ୍ୟ ନିଜ ପରିବାର ସହ ସଂପର୍କ ସଂପୂର୍ଣ୍ଣ ତୁଟାଇ ଦେଇଥିଲେ । ପ୍ରମିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଚୈତନ୍ୟ ଦ୍ୱିତୀୟ ବିବାହ କରିଥିବା ଜାଣିବାକୁ ପାଇଥିଲେ । ତାଙ୍କର ଥିବା ୨ଟି କନ୍ୟା ସନ୍ତାନଙ୍କ ଶିକ୍ଷାଗତ ପ୍ରମାଣପତ୍ରରେ ଚୈତନ୍ୟଙ୍କ ନାମ ବାପା ହିସାବରେ ଲେଖାଯାଇଥିବା ଜାଣିଥିଲେ । ଛାଡପତ୍ର ନଦେଇ ଦ୍ୱିତୀୟ ବିବାହ ଆଇନସମ୍ମତ ନୁହଁ । ତେଣୁ ତାଙ୍କ ଔରସରୁ ଜାତ ଏକମାତ୍ର ପୁତ୍ର ଚିତ୍ତ ଓ ପତ୍ନୀ ପ୍ରମିଳାଙ୍କ ପ୍ରତି ଚୈତନ୍ୟ ଯେଭଳି ଅବହେଳା ପ୍ରଦର୍ଶନ କରିଆସିଛନ୍ତି ତା’ ବିରୁଦ୍ଧରେ ପ୍ରମିଳା ଉପରୋକ୍ତ ଫୋରମରେ ନ୍ୟାୟ ଭିକ୍ଷା କରିଛନ୍ତି । ଗତ ୨୮ ବର୍ଷ ଧରି ପ୍ରମିଳା ଓ ତାଙ୍କ ପୁତ୍ର ଚିତ୍ତ କଠିନ ସମୟ ଦେଇ ଗତି କରୁଥିଲେ ମଧ୍ୟ ଚୈତନ୍ୟ ସେମାନଙ୍କ ପ୍ରତି ଅନ୍ୟାୟ କରିଚାଲିଛନ୍ତି । ତେଣୁ ସରକାରୀ ପଦପଦବୀରେ ଚାକିରୀ କରି ନିଜ ସ୍ତ୍ରୀ ଓ ପୁତ୍ର ପ୍ରତି ସେ ଯେଭଳି ବେଆଇନ୍ ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ନିନ୍ଦନୀୟ ଓ ତାଙ୍କ ବିରୁଦ୍ଧରେ ଆବଶ୍ୟକ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପତ୍ନୀ ପ୍ରମିଳା । ଏ ସଂପର୍କରେ ଚୈତନ୍ୟ କହିଛନ୍ତି ମୋ ଗ୍ରାମ ଷଡଙ୍ଗୀରେ ରହିବାକୁ ଉଭୟ ମୋ ପ୍ରଥମ ପତ୍ନୀ ପ୍ରମିଳା ଓ ପୁତ୍ର ଚିତ୍ତଙ୍କୁ ଅନୁରୋଧ କରିଛି । କିନ୍ତୁ ସେମାନେ ମୋ ଅନୁରୋଧ ରକ୍ଷା କରିନାହାଁନ୍ତି ।

Leave a Reply

Your email address will not be published. Required fields are marked *