ଅପରାଧ

ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ମୃତ, ଥାନାରେ ଆତ୍ମସମର୍ପଣ

ହରିଚନ୍ଦନପୁର, ତା ୫ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ଗୌଣିଘଷା ଗ୍ରାମ ପଞ୍ଚାୟତ ନିକଟସ୍ଥ ଖଡିଖମଣ ଗ୍ରାମର √ସୁବଧ ମାରାଣ୍ଡିଙ୍କ ପୁଅ ମାରନ୍ଦା ମାରାଣ୍ଡି(୩୫)ଙ୍କୁ ତାଙ୍କ ସ୍ତ୍ରୀ ମାୟାବତୀ ମାରାଣ୍ଡି ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ଜଣାପଡିଛି। ସ୍ୱାମୀ ସ୍ତ୍ରୀ ଏକ ପବିତ୍ର ସଂପର୍କ ଯେଉଁ ସ୍ୱାମୀ ସାତ ଜନ୍ମ ପାଇଁ ନିଜର କରି ଆଣିଥିଲା ସେହି ସ୍ତ୍ରୀ ସାଜିଲା ହତ୍ୟାକାରୀ। ସୂଚନା ମୁତାବକ ସୋମବାର ଦିନ ରାତି ଖାଇସାରି ଶୋଇବା ପରେ କୈାଣସି କାରଣରୁ ସ୍ତ୍ରୀ ସ୍ୱାମୀ ଉପରେ ରାଗି ଯାଇ ଟାଙ୍ଗିଆରେ ବେକକୁ ହାଣି ହତ୍ୟା କରିଥିବାର ଜଣାପଡିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଉକ୍ତ ସ୍ୱାମୀ ସ୍ତ୍ରୀ ମଧ୍ୟରେ କୈାଣସି ଦିନ ପାରିବାରିକ କଳହ ସୃଷ୍ଟି ହୋଇନଥିବା ବେଳେ ଏମିତି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ସନ୍ଦେହ ସୃଷ୍ଟି କରିଛି। ମାରନ୍ଦାଙ୍କର ୩ଟି ସନ୍ତାନ ଥିବା ବେଳେ ସେଥି ମଧ୍ୟରୁ ବଡଝିଅ ୫ବର୍ଷ, ମଝିଆଁ ପୁଅ ୩ବର୍ଷ ଏବଂ ସାନଝିଅକୁ ୬ମାସ ହୋଇଥିବା ବେଳେ ମାଆ ହତ୍ୟା ମାମଲାରେ ଜେଲ ଯିବା ପୂର୍ବରୁ ଛୋଟ ଛୋଟ ଶିଶୁ ଗୁଡିକୁ ସରକାର ଥଇଥାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ରାତିରେ ସ୍ତ୍ରୀ ସ୍ୱାମୀକୁ ହତ୍ୟା କରିବା ପରେ ପଡିଶା ଲୋକମାନଙ୍କୁ ନଜଣାଇ ସିଧା ସଳଖ ରାତି ଅଧିଆ ହରିଚନ୍ଦନପୁର ଥାନାରେ ପହଞ୍ଚିଥିଲେ। ହତ୍ୟା ବାବଦରେ ଜଣାଇବା ପରେ ସେ ଅଞ୍ଚଳ ହରିଚନ୍ଦନପୁର ଥାନା ପରିସରଭୂକ୍ତ ହୋଇନଥିବାର ଜାଣି। ସକାଳ ସକାଳୁ ଦୈତାରୀ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣା ବାବଦରେ ଦୈତାରୀ ପୋଲିସ ଜାଣିବା ପରେ ସଙ୍ଗେ ସଙ୍ଗେ ଉକ୍ତ ଗ୍ରାମରେ ପହଞ୍ଚି ଶବଟିକୁ ଜବତ କରି ଆନନ୍ଦପୁର ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଦାୟିତ୍ୱରେ ଥିବା ହରିଚନ୍ଦନପୁର ଥାନାଅଧିକାରିଣୀ ବନିତା ମାଝୀ ଘଟଣାଟିର ଅଧିକ ତଦନ୍ତ ଚଳାଇଥିବାର ସୂଚନା ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top