ସ୍ତ୍ରୀକୁ ପିଟିପିଟି ମାରିଦେଲା ନିଜେ ଆତ୍ମହତ୍ୟା କଲା

ବାହାନଗା/ ବାଲେଶ୍ୱର, ୨୭/୦୭(ଭାରତୀ ଦାସ/ ଓଡ଼ିଆ ପୁଅ)- ସାରାଓଡ଼ିଶାରେ ମଦ ବନ୍ଦର ନାରାବାଜି ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ, ଏନଜିଓ ଓ ବଭିନ୍ନ ସଂଗଠନ ପକ୍ଷରୁ ଡାକରା ଦେଇ ବନ୍ଦ କରୁଥିବା ବେଳେ ବି ଗ୍ରାମାଞ୍ଚଳ ମାନଙ୍କରେ ଅବାଧରେ ମଦ ବିକ୍ରି ଚାଲିଛି। ସେହି ମଦ ପିଇ ଯୁବକମାନେ ବିଭିନ୍ନ କାଣ୍ଡ ଘଟାଉଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ପାଢୀ ସାହିରେ। ସ୍ୱାମୀ ମଦପିଇ ଆସି ସ୍ତ୍ରୀକୁ ଠେଙ୍ଗାରେ ବାଢେଇ ମାରି ନିଜେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛି। ସୂଚନା ଅନୁସାରେ ଏହି ପଞ୍ଚାୟତ ପାଢୀ ସାହିରେ ବୁଦ୍ଧିରାମ ମାଝୀ (୩୫) ବାହାରେ ରହି କାମ କରନ୍ତି। ବୁଦ୍ଧିରାମର ପତ୍ନୀ ତୁଳସୀ(୩୦) ଗାଁରେ ରହି ମାଛ ବ୍ୟବସାୟ କରନ୍ତି। ସ୍ୱାମୀ ବାହାରୁ ମାସମାସ ବ୍ୟବଧାନରେ ଘରକୁ ଆସନ୍ତି। ଏବଂ ମଦପିଇ ଆସି ବୁଦ୍ଧିରାମ, ସ୍ତ୍ରୀ ତୁଳସୀକୁ ମାରପିଟ କରନ୍ତି। ଏନେଇ ଦୁଇଜଣ ଯାକ ସବୁବେଳେ ଝଗଡ଼ା ଲାଗୁଥିବାର ପଡ଼ୋଶୀ ମାନଙ୍କଠାରୁ ଜଣାପଡ଼ିଛି। ଏବଂ ପଡ଼ୋଶୀ ମାନେ ମଧ୍ୟ ବାରଣ କରିଥିବାର ପ୍ରକାଶ କରିଛନ୍ତି। କିନ୍ତୁ ଗତ ଦୁଇଦିନ ପୁର୍ବରୁ ବୁଦ୍ଧିରାମ ବାହାରୁ ନିଜ ଘର ବରିପଦାକୁ ଫେରିଥିଲେ। ଗତ କାଲି ବିଳମ୍ବିତ ରାତିରେ ସ୍ୱାମୀ ବୁଦ୍ଧିରାମ ମଦ ପିଇ ଘରକୁ ଫେରିଥିଲେ। ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ବଚସାରୁ ଝଗଡ଼ାରୁ ଉଗ୍ରରୂପ ନେବା ପରେ ସ୍ୱାମୀ ବୁଦ୍ଧିରାମ ଏକ ଶକ୍ତ ଠେଙ୍ଗାରେ ପିଟିପିଟି ସ୍ତ୍ରୀ ତୁଳସୀକୁ ମାରି ଦେବା ପରେ ତୁଳସୀର ବାପଘରକୁ ଫୋନ କରିଥିଲା।ତୁମ ଝିଅ ମରିଗଲା। ପରେ ବୁଦ୍ଧିରାମ ଭାରସାମ୍ୟ ହରାଇ ନିଜ ଘରେ ଫ୍ୟାନରେ ଦଉଡ଼ି ଦେଇ ମରିଯାଇଛି। ଖବର ଗୋପାଳପୁର ଫାଣ୍ଡି ଅଧିକାରୀ ବନମାଳୀ ପରିଡ଼ା ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରିବା ସହ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ସଦର ହସପିଟାଲକୁ ପଠାଇଥିବାର ଜଣାପଡ଼ିଛି। ବୁଦ୍ଧିରାମ ଓ ତୁଳସୀଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *