ଅପରାଧ

ସ୍ତ୍ରୀକୁ ନିଶା ପିଆଇ ଜଙ୍ଗଲ ମଧ୍ୟରେ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ,ସ୍ତ୍ରୀ ଖସି ଆସି ଥାନାର ଦ୍ୱାରସ୍ଥ,ସ୍ବାମୀ ଫେରାର୍

ହରିଚନ୍ଦନପୁର,ତା୧୭.୦୫(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦୈତାରୀ ଥାନା ଅଞ୍ଚଳର ଜଣେ ଯୁବକ ଗୋଟିଏ ଝିଅକୁ ବିବାହ କରି ଆଣି ଦୈତାରୀ ଥାନା ଅଞ୍ଚଳରେ ହାଣ୍ଡିଆ ମଦ ପିଆଇ ଗାଧେଇବା ବାହାନାରେ ଜଙ୍ଗଲ ମଧ୍ୟକୁ ନେଇ ନିସ୍ତୁକ ମାଡ ମାରିବା ସହ ବେକରେ ଲୁଗାକୁ ବାନ୍ଧି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବାର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଦୈତାରୀ ଥାନା ଅଞ୍ଚଳର ଦିଲ୍ଲୀପ ଗୋପ ନିଜ ମାମୁଁ ଘର ଝାଡଖଣ୍ଡର କୁମାରଡୁଙ୍ଗା ନିକଟସ୍ଥ ରତନାସାହି ଯିବା ଆସିବା କରିବା ସମୟରେ ଗ୍ରାମର ଗୋଟିଏ ଝିଅ ପିଙ୍କି କୁମାରୀ ସହିତ ପ୍ରେମ ସଂପର୍କ ରଖିଥିଲେ । କିଛି ଦିନ ପରେ ତାଙ୍କୁ ବିବାହ କରିବା ଉଦ୍ଦେସ୍ୟରେ ରାତି ଅଧିଆ ଘରୁ ପଳାଇଆସିବାକୁ କହିଥିଲେ । ଦିଲ୍ଲୀପଙ୍କ କଥା ମାନି ପିଙ୍କି ଘର ଛାଡି ପଳାଇ ଆସିଥିଲେ ଓ ବିବାହ କରିବା ପରେ ଦିଲ୍ଲୀପଙ୍କ ମାମୁଁ ଘରେ କିଛି ଦିନ ରହିଥିଲେ । ପରେ ଦିଲ୍ଲୀପ ମାମୁଁ ଘରେ ପିଙ୍କିକୁ ଛାଡି ଦେଇ ବେଙ୍ଗଲ କାମ କରିବା ପାଇଁ ଚାଲିଯାଇଥିଲେ । ସେଠାରେ ପ୍ରାୟ ୪ମାସ କାମ କରିବା ପରେ ଗତ ଶନିବାର ଦିନ ଝାଡଖଣ୍ଡ ନିକଟସ୍ଥ ମାମୁଁ ଘରେ ପହଞ୍ଚି ପିଙ୍କିକୁ ଧରି ଓଡିଶା ଆସିଥିଲେ । ମଙ୍ଗଳବାର ଦିନ ସକାଳ ପାଞ୍ଚଟା ସମୟରେ ଦୈତାରୀ ଥାନା ନିକଟସ୍ଥ ବ୍ରାହ୍ମଣୀପାଳରେ ପହଞ୍ଚି ଥିଲେ । ବୁଧବାର ଦିନ ୩ଟା ସମୟରେ ସ୍ତ୍ରୀକୁ ହାଣ୍ଡିଆ ପିଇବା ପାଇଁ ବାଧ୍ୟ କରାଇ ପିଆଇ ଥିଲେ ଓ ପରେ ଗାଧେଇବା ବାହାନାରେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ନେଇ ନିସ୍ତୁକ ମାଡ ମାରିବା ସହ ବେକରେ ଲୁଗା ଲଗାଇ ଜୀବନରୁ ମାରିବାକୁ ଉଦ୍ୟମ କରିବାକୁ ନେଇ ପିଙ୍କି ଛାଟିପିଡି ହୋଇ ସେଠାରୁ କଳେବଳେ ଖସି ଦୌଡି ପଳାଇ ଆସି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଥାନା ଅଧିକାରିଣୀ ଗୋଟିଏ ଏତାଲା ଦାଏର କରି ଘଟଣାର ତଦନ୍ତ ଚଳାଇଥିବାର ଜଣାପଡିଛି । ଆଗକୁ ଦେଖିବାକୁ ରହିଲା ଦୈତାରୀ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହେଉଛି ନାଁ ଘଟଣାର ମୋଡ ବଦଳାଇ ପଚାଇବାକୁ ଉଦ୍ୟମ କରୁଛି । ଏଥିପ୍ରତି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top