ଓଡ଼ିଶା

ସ୍କ୍ରାପ ବୋଝେଇ ଟ୍ରକ ଜବତ, ୩ ଗିରଫ

ଯୋଡା- ତା ୧୫/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ରବିବାର ପ୍ରାୟ ୪.୩୦ ମି. ସମୟରେ କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ସହିଦ ନଗରରୁ ଏକ ଚୋରା ସ୍କ୍ରାପ ବୋଝେଇ ଟ୍ରକ ଯାଉଥିବା ସମୟରେ ଜଜାଙ୍ଗ ରାସ୍ତାରୁ ପୁଲିସ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୩ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଆସାମୀ ମାନେ ହେଲେ ଗିଡୁ ରାଜ ଓ ତାଙ୍କ ପୁଅ ସାଗର ରାଜଙ୍କ ସହିତ ଟ୍ରକ ଡ୍ରାଇଭର ବିଜୟ ପାତ୍ର । ଘଟଣାରୁ ପ୍ରକାଶ ଯେ, ରବିବାର ଭୋର ପ୍ରାୟ ୪.୩୦ ମି. ସମୟରେ ସହିଦ ନଗର ଠାରେ ଏକ ଟ୍ରକ ନଂ. ଓଆର୧୪ପି-୭୯୩୨ ଚୋରା ଲୁହା ବୋଝେଇ କରୁଥିବା ସମୟରେ କୌଣସି ସୂତ୍ରରୁ ଯୋଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚôଥିଲା । ତେବେ ପୁଲିସ ଭ୍ୟାନ ଦେଖିବା ପରେ ଆସାମୀମାନେ ଟ୍ରକଟିକୁ ନେଇ ଦୃତ ବେଗରେ ପଳେଇଯାଉଥିବା ବେଳେ ସେମାନଙ୍କୁ ପୁଲିସ ଜୁରୁଡି ଠାରେ ରାସ୍ତା ଜାମ ଯୋଗୁଁ ଧରିବାରେ ସକ୍ଷମ ହୋଇଥିଲା । ଟ୍ରକଟି ଜବତ ହେବା ସହିତ ଏଥିରେ ବୋଝେଇ ହୋଇଥିବା ପ୍ରାୟ ୧୦ ଟନ୍ ଓଜନର ଚୋରା ଲୁହା ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ତେବେ ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ଅନୁରୂପ ବଡବିଲରୁ କଲିକତା ଯାଉଥିବା ଅନୁ ବସ୍ରେ ୫ଟି ଅଖାରେ ବୋଝେଇ ହୋଇଥିବା ତମ୍ବା ଏବଂ ଆଲୁମିନିୟମକୁ ପୁଲିସ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ସୁବାଷ ଜୟସ୍ୱାଲ, ଲକ୍ଷମ ଜୟସ୍ୱାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସରକାରଙ୍କ ପକ୍ଷରୁ ଚୋରା ଲୁହା ଚାଲାଣକୁ କଡା କଡି ଭାବେ ବନ୍ଦ କରାଯାଇଥିବା ବେଳେ ଏହି ଜୟସ୍ୱାଲ ପରିବାର ଏବଂ ଗିଡୁ ରାଜ ଦୀର୍ଘ ଦିନ ଧରି ଯୋଡାର ବିଭିନ୍ନ ସ୍ଥାନରେ ଗୋଦାମମାନ ତିଆରି କରି ଏହି ଅବୈଧ ସ୍କ୍ରାପ କାରବାର କରିଆସୁଥିଲେ । ତେବେ ପୁଲିସ ଅଧିକ ତଦନ୍ତ କଲେ ଏହି ଅବୈଧ ସ୍କ୍ରାପ ଚୋରା କାରବାରର ମୁଖ୍ୟ କାରପଟଦାରକୁ ଗିରଫ କରାଯାଇପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ଯୋଡା ପୁଲିସର ଲଗାତାର ଏହି କ୍ଷେତ୍ରରେ ସଫଳତା ଯୋଡା ବାସୀଙ୍କୁ ଆଶ୍ୱସ୍ଥ କରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top