ସ୍କ୍ରାପ କାରବାର ରୋକିବାକୁ ଦାବି

ରାଉରକେଲା ୩୦-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଅସୁରକ୍ଷିତ ହୋଇପଡିଛି ରାଉରକେଲା। ଅଂଚଳର ଦେଓଗାଁ, ତାରାପୁର, ସାରନଗରୀ ଆଦି ଅଂଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ତତ୍ୱମାନେ ପୁଲିସ ଆଖିରେ ଆଙ୍ଗୁଠି ଗେଂଜି ନିଜ ଅପରାଧିକ କଳା କାରନାମାକୁ ଚରିତାର୍ଥ କରୁଥିବା ବେଳେ, ପୁଲିସ ପ୍ରଶାସନ କେବଳ ନୀରବଦ୍ରଷ୍ଟା ସାଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷରେ ଦକ୍ଷିଣ ରାଉରକେଲାର ବାସିନ୍ଦା ପୂର୍ବଭଳି ଆଉ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି, ଏପରିକି ଅଂଚଳର କିଛି ଲୋକ ଏଠାରୁ ଅନ୍ୟତ୍ରକୁ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ରାତି ପାହି ସକାଳ ହେଲେ, ସ୍କ୍ରାପ ବେପାରୀ ମାନେ ଦେଓଗାଁ ଜଗନ୍ନାଥ ମନ୍ଦିର ବୀପରୀତ ପାର୍ଶ୍ୱ ତଥା ଆଖପାଖରୁ ଚୋରା ଲୁହା ସଂଗ୍ରହ କରି ଭଙ୍ଗା, ଦଦଡା ସ୍କୁଟରରେ ବୋହି ଚାଲୁଥିବା ବେଳେ, ସେହିଠାରୁ ଅନତି ଦୂରରେ କାର୍ଯ୍ୟରତ ସିଆଇଏସଏଫ କର୍ମଚାରୀ ମାନଙ୍କୁ କିଭଳି ଏହା ଦୃଷ୍ଟିଗୋଚର ହେଉନାହିଁ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେକ ସ୍ଥଳେ, ସିଆଇଏସଏଫ କର୍ମଚାରୀ ଓ ଚୋରା ଲୁହା ବେପାରୀଙ୍କ ମଧୁ ଚନ୍ଦ୍ରିକା ଏଭଳି ବେପାରକୁ ପ୍ରଶୟ ଦେବାରେ ସହାୟକ ହେଉଛି। ବାରମ୍ବାର ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁ ନଥିବା ଅଂଚଳ ବାସୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *