ଓଡ଼ିଶା

ସ୍କୁଲ ଶିକ୍ଷକଙ୍କ ମଦ ବେପାର : ଗାଡି ସହ ୨୦ଲିଟର ମଦ ଜବତ, କୋର୍ଟ ଚାଲାଣ

ଯାଜପୁର, ୧୧/୩(ଓଡିଆପୁଅ/ମାନସ ରାଉତ) ବିଦ୍ୟାଳୟରେ ଦିନରେ ଛାତା୍ରଛାତ୍ରୀଙ୍କ ମଦର ଅପକାର ବିଷୟରେ ଶିକ୍ଷାଦାନ। ମଦ ପିଇଲେ କିଭଳି ନଷ୍ଟ ହୋଇଯାଇଥାଏ ଜୀବନ ତାହା ପ୍ରାଞ୍ଜଳ ଭାବରେ ବିଝାଇବାରେ ଲାଗିପଡିଛି। ହେଲେ ରାତିରେ ଏକ ଅନ୍ଧକୁ ସାହାରା କରି ମଦ ବେପାରେ ଲାଗି ଅନ୍ୟର ଜୀବନ ଏବଂ ପରିବାରକୁ ଉଜାଡିବାରେ ବେଶ ସହାୟତ କରିଥାନ୍ତି। ଦିନରେ ‘ମଦ ପିଇବ ନାହିଁ ମାତଲ ହେବ ନାହିଁ’ କହୁଥିବା ଲୋକଟି ସଂଧ୍ୟ ହୋଇଆସିଲେ ‘ ମଦ ଯିଏ ନ ପିଏ ସେ କି ମରଦ’ ଭଳି ଗୀତ ଗାଇ ଲୋକମାନଙ୍କୁ ମଦପିଇବାକୁ ଉତ୍ସାହିତ କରୁଥିବା ଘଟଣା ଆଜି ଲୋକ ଲୋଚନକୁ ଆସିବା ପରେ ଧର୍ମଶାଳା ଅଂଚଳରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ଗତକାଲି ଜଣେ ସ୍କୁଲ ଶିକ୍ଷକଙ୍କୁ ବେଆଇନ୍ ମଦ ବିକ୍ରି କରିବା ଅଭିଯୋଗରେ ପୋଲିସ କୋର୍ଟ ଚାଲାଣ କରିଛି। ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି ଭୁବାନୀପୁର ଗ୍ରାମ ପଂଚାୟତ ମଣିନାଥପୁର ଗ୍ରାମର ମୁସାଦ ଅହମ୍ମଦ ସିଦିକ(୩୦) ବୋଲି ଜଣାପଡିଛି। ସେ ପୁର୍ବରୁ ପଦଲାପୁର ବିଦ୍ୟାଳୟରେ ସହାକରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ କଂଟିଗଡିଆକୁ ବଦଳି ହୋଇଥିବା ଶୁଣାଯାଉଛି। ତେବେ ଅଛୁତପୁର ଛକରେ ବାବାନ ନାମକ ଏକ ଅନ୍ଧକୁ ପ୍ରତିଦିନ ଚୋରାରେ ମଦ ଯୋଗାଇଦେଉଥିବା ବେଳେ ସେଠାରେ ବାବନ ବିକ୍ରି କରିଥାଏ। ପରେ ଲାଭରୁ କିଛି ଅନ୍ଧ ବାବନକୁ ଦେଇ ବାକିସବୁ ନିଜ ପକେଟରେ ପୁରାଇ ବେସ୍ କିଛି ଦିନ ହେବ ଏଭଳି ରୋଜଗାରରେ ମାତିଥିଲେ ଶିକ୍ଷକ ଜଣଙ୍କ। ତେବେ ବିଶେଷ ସୁତ୍ରରୁ ଖବର ପାଇଁ ପୋଲିସର ଏକ ଟିମ୍ ଶାନ୍ତିବାଜର ନିକଟରେ ଚଢ଼ାଉ କରି ତାଙ୍କର ଗାଡି ହିରୋହୁଣ୍ଡା ଗାଡି ନଂ ଓଆର୦୫ଟି-୦୦୬୮କୁ ଜବତ କରିବା ସହ ସେଥିରେ ଥିବା ୨୦ଲିଟର ନମ୍ବର ୱାନ ବିଦେଶୀ ମଦ ଜବତ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top