ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଚଢିଗଲା ୧୪ ଚକିଆ ଧାନ ବୋଝେଇ ଟ୍ରକ୍, ୫ ମୃତ, ୪ ଗୁରୁତର, ୨ ନିଖୋଜଙ୍କୁ ଡାକ୍ତରଖାନାରେ ଭର୍ତ୍ତି, ଟ୍ରକ୍କୁ ଜାଳିଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଅପରାହ୍ନ ପ୍ରାୟ ୩.୪୦ ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ ନଂ ଜାତୀୟ ରାଜପଥ ଅତି୍ରକମ କରୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଧାନ ବୋଝେଇ ଟ୍ରକ୍ ଚଢିଯିବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ଶୋଚନୀୟ ମୃତୁ୍ୟ ଘଟିଛି । ଏବଂ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟକୁ ଆସିଥିବା ୫ ଜଣ ଗୁରୁତର ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଥିବାର ଜଣାପଡିଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩.୪୦ ସମୟରେ ରାଣୀତାଲ ହାଇସ୍କୁଲରେ ପଢୁଥିବା ରାହାଞ୍ଜ ପଂଚାୟତର ଅସୁରା, ହାଟସାହି ଓ ସାହୁସାହି ଅଂଚଳର ନବମ ଶ୍ରେଣୀରେ ପଢୁଥିବା ୧୨ ଜଣ ଛାତ୍ରଛାତ୍ରୀ ସ୍କୁଲ ଛୁଟି ପରେ ଘରକୁ ଫେରୁଥିଲେ । ରାହାଞ୍ଜ ନିକଟ ୧୬ନଂ ଜାତୀୟ ରାଜପଥ ପାରି ହେଉଥିବାବେଳେ ବାଲେଶ୍ୱର ଦିଗରୁ କଟକ ଅଭିମୁଖେ ଆସୁଥିବା ଏପି-୦୩ଟିଜେ-୦୧୨୨ ନମ୍ବରର ଏକ ୧୪ ଚକିଆ ଧାନ ବୋଝେଇ ଟ୍ରକ୍ ଚଢିଯିବା ଫଳରେ ଘଟଣାସ୍ଥଳରେ ରାହାଞ୍ଜ ନିବାସୀ ସୁବାଷ ସାହୁଙ୍କ କନ୍ୟା ସରିତା, ଅସୁରା ହାଟସାହିର ଅଟଳ ବାରିକଙ୍କ ପୁତ୍ର ସତ୍ୟ, ଦୁର୍ଯେ୍ୟାଧନ ଜେନାଙ୍କ କନ୍ୟା ସ୍ୱପ୍ନା, ଅସୁରା ସାହୁସାହି ନିବାସୀ ପିଣ୍ଟୁ ସାହୁଙ୍କ ପୁତ୍ର ସୁକାନ୍ତଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତୁ୍ୟ ଘଟିଥିଲା । ଆହତ ୭ ଜଣଙ୍କ ମଧ୍ୟରେ ରାହାଞ୍ଜ ନିବାସୀ ସୁବାଷ ସାହୁଙ୍କ କନ୍ୟା ଶୀତଲ, କୃପାସିନ୍ଧୁ ମହାନ୍ତିଙ୍କ କନ୍ୟା ପି୍ରୟମ୍ବଦା, ରବିନ୍ଦ୍ର ସାହୁଙ୍କ କନ୍ୟା ଉର୍ବଶୀ, ଲକ୍ଷ୍ମୀଧର ସାହୁଙ୍କ କନ୍ୟା ଦୀପ୍ତିରେଖା, ମଦନ ମହାପାତ୍ରଙ୍କ କନ୍ୟା ବର୍ଷାରାଣୀଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟକୁ ଦମକଳ ଯୋଗେ ଅଣାଯାଇଥିବାବେଳେ ପି୍ରୟମ୍ବଦାଙ୍କର ମୃତୁ୍ୟ ଘଟିଥିଲା । ତେବେ ଅନ୍ୟ ଗୁରୁତର ଶୀତଲଙ୍କୁ ଜିଲା ପ୍ରଶାସନ ପକ୍ଷରୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ନିଖୋଜ ବୋଲି କୁହାଯାଉଥିବା ଜଣକ ସ୍ଥାନରେ ଦୁଇ ଜଣ ଛାତ୍ରୀ (ସ୍ଥାନୀୟ ଅଂଚଳର ରତ୍ନାକର ସାହୁଙ୍କର ଦୁଇକନ୍ୟା ପୂଜାରାଣୀ ଓ ଲିଜାରାଣୀ) ଆହତ ହୋଇ ଭୟରେ ଘରକୁ ପଳାଇଯାଇଥିଲେ । ମାତ୍ର ପରେ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟିକୁ ନିଆଁ ଲଗାଇ ପୋଡି ଦେଇଥିବାବେଳେ ଉଭୟ ପାଶ୍ୱର୍ର ଜାତୀୟ ରାଜପଥକୁ ଟ୍ରକ୍ ଓ ଲୁହା ପାଇପ୍ ଆଡା ପକାଇ ଏପର୍ଯ୍ୟନ୍ତ ଅବରୋଧ କରି ରଖିଥିବାର ଜଣାପଡିଛି । ତେବେ ଏହି ଦୁର୍ଘଟଣା ସ୍ଥଳର ରାସ୍ତା ପାଶ୍ୱର୍ ବୁଦୁବୁଦିଆ ଜଂଗଲରେ ପୂର୍ଣ୍ଣ ଥିବାରୁ ଜଣେ ନିଖୋଜ ଥିବାର ଜଣାପଡିଛି । ଉତ୍ତ୍ୟକ୍ତ ଲୋକେ ଠେଙ୍ଗାବାଡି ଧରି ଘଟଣାସ୍ଥଳରେ ପହଞ୍ଚôଥିବା ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧର, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ପୁଲିସ୍ ଅଧିକାରୀ ମନୋଜ ରାଉତ, ଗ୍ରାମାଞ୍ଚଳ ଥାନାଧିକାରୀ, ସହରାଞ୍ଚଳ ଥାନାଧିକାରୀ ପ୍ରମୁଖଙ୍କୁ ଘେରାଉ କରି ଦୁର୍ଘଟଣାର କେନ୍ଦ୍ରବିନ୍ଦୁ ପାଲଟିଥିବା ଉକ୍ତ ସ୍ଥାନରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବି କରି ମୃତାହତ ଛାତ୍ରଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିବାର ଜଣାପଡିଛି । ତେବେ ଏହି ଘଟଣାର ଖବର ପାଇ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଜିଲାପାଳ ଜ୍ଞାନ ଦାସ,  ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ସ୍ୱଳ୍ପ ସଂଚୟ ଅଧିକାରୀ ପଦ୍ମନ ରାୟ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଡାକ୍ତରଖାନା ଓ ଘଟଣାସ୍ଥଳରେ ପହଞ୍ଚô ଆହତଙ୍କ ଚିକିସôାର ସୁବନେ୍ଦାବସ୍ତ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଗଭୀର ଶୋକ ଜଣାଇବା ସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ଆହତଙ୍କ ସଂପୂର୍ଣ୍ଣ ଚିକିସôା ମାଗଣାରେ କରାଯିବା ନେଇ ଘୋଷଣା କରିଛନ୍ତି । ଏବଂ ଏଥିସହ ଉକ୍ତ ଦୁର୍ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଶେଷ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ଏବେ  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଜିଲାପାଳ ଜ୍ଞାନ ଦାସ, ଜିଲା ମୁଖ୍ୟ ଚିକିିସôାଧିକାରୀ ମହମ୍ମଦ ଅବଦୁଲ ରସିଦ୍ ପ୍ରମୁଖ ଏହି ଘଟଣାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ଆଲୋଚନା କରିଥିବାର ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏକ ଗଳାପୋଲ (ଅଣ୍ଡରବାଇପାସ୍) କରାଯିବା ସହ ମୃତାହତଙ୍କୁ ଅଧିକ ଅର୍ଥ ସହାୟତା ଦେବା ନେଇ ରାସ୍ତା ଅବରୋଧ ଜାରି ରଖିଛନ୍ତି । ଜିଲାପାଳ ଶ୍ରୀ ଦାସ ଘଟଣାସ୍ଥଳ ପରିଦର୍ଶନ କରିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *