କେନ୍ଦୁଝର

ସ୍କୁଲ କାର୍ଯ୍ୟରେ ଅବହେଳାକୁ ନେଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ହରିଚନ୍ଦନପୁର, ତା ୧୬.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜିରାଙ୍ଗ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଣିଚରଣ ମୋଦି ନିଜ ସ୍କୁଲ କାର୍ଯ୍ୟ ରେ ଅବହେଳାକୁ ନେଇ ନିଲମ୍ବିତ ହୋଇଥିବାର ଜଣାପଡିଛି।ଖବର ନେବାରୁ ଜଣାପଡିଛି କି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ଶିକ୍ଷା ଅଧିକାରୀ ଜଗବନ୍ଦୁ ସାହୁ ତାଙ୍କ କାର୍ଯ୍ୟକୁ ନଜର କରି ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ପ୍ରଧାନ ଶିକ୍ଷକ ଜଣଙ୍କ ଠିକ୍ ଭାବରେ ଛାତ୍ରବାସରେ ରହୁଥିନବା ସହ ଆଦିବାସୀ ଛାତ୍ରୀ ମାନଙ୍କୁ ଆବଶ୍ୟକ ଜିନିଷ ପତ୍ର ଦେଉନଥିବା ସହ ଅଧିକାଂଶ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ସତ୍ୟାସତ୍ୟ ଜାଣିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟକୁ ଆସିଥିବା ସମୟରେ ପ୍ରଧାନ ଶିକ୍ଷକ ଜଣଙ୍କ ବିଦ୍ୟାଳୟରେ କିମ୍ବା ବିଦ୍ୟାଳୟ ପରିସର ମଧ୍ୟରେ ନଥିବାର ଦେଖିବାକୁ ପାଇଥିଲେ। ଘଟଣାକୁ ନେଇ ଜିଲ୍ଲାଶିକ୍ଷା ଅଧିକାରୀ ଓସିଏ.ସିସିଏ ୧୯୬୨ ଆଇନ ଅନୁଯାୟୀ ପ୍ରଧାନ ଶିକ୍ଷକ ଜଣକ କାର୍ଯ୍ୟରେ ଅବହେଳା କରୁଥିବାକୁ ନେଇ ଚାକିରିରୁ ନିଲମ୍ବିତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top