ଜିଲ୍ଲା ପରିକ୍ରମା

ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ବୈଠକ

ସମ୍ବଲପୁର, ୪/୮ (ଓଡ଼ିଆ ପୁଅ) – ଶୁକ୍ରବାର ବୁଢ଼ାରଜା ସ୍ଥିତ ରାମକଲୀ ଦେବୀ ଟ୍ରଷ୍ଟ ଜୁନିୟର କଲେଜ ଠାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆନୁକୂଲ୍ୟରେ ଆସନ୍ତା ୫ ତାରିଖ ଜୋନାଲ କନ୍ଭେନସନ୍ ଏବଂ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ମହାସମାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ଗୀତାଞ୍ଜଳି ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ୬୬୨ ବର୍ଗ କଲେଜ ଓ ଓଷ୍ଟାର ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟସରକାର ୨୦୦୪ ମସିହାରୁ ବ୍ଲକ୍ଗ୍ରାଣ୍ଟ ପ୍ରଥା ପ୍ରଚଳନ କରିଥିଲେ। ପରେ ଏହାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ଅଲୋଷ୍ଟା ୪୮୮ ବର୍ଗ କଲେଜ ଏବଂ ୬୬୨ ବର୍ଗ କଲେଜ ଭଳି ପ୍ରମୁଖ ଶିକ୍ଷକ ସଂଗଠନମାନେ ଏକ ମିଳିତ ମଞ୍ଚ ଗଠନ କରି ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଆନ୍ଦୋଳନକୁ ଦେଖି ସରକାର ଏହା ଉଚ୍ଚେଦ ହେଲା ବୋଲି ଘୋଷଣା କଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଠାରୁ ଲିଖିତ ସତ୍ୟପାଠ ଏବଂ ପରବର୍ତ୍ତୀ ସମୟରେ ଲିଖିତ ସୂଚନା ମାଧ୍ୟମରେ କଣ୍ଠରୋଧ କରିବା ପାଇଁ ଏକ ଗୁପ୍ତ ଷଡ଼ଯନ୍ତ୍ର କଲେ। ଏହାକୁ ମଧ୍ୟ ମିଳିତ ମଞ୍ଚ ପ୍ରଥମରୁ ବିରୋଧ କରିଥିଲା। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଉଭୟ ଦଳ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଉପସ୍ଥିତିରେ ସମାଧାନର ପନ୍ଥା ବାହାର କରାଯାଇଥିଲା। ଯେଉଁ ଦିନଠାରୁ ସ୍କୁଲ ବା କଳେଜ ଅନୁଦାନ ଯୋଗ୍ୟ ସେହି ଦିନ ଠାରୁ ଦରମା ନିର୍ଦ୍ଧାରଣ କରାଯାଇ ଚାକିରୀ ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ୭ମ ବେତନ କମିଶନ ଲାଗୁ କରାଯିବା, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ଦିଆଯିବ ବୋଲି ଘୋଷଣା କଲେ ଏବଂ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ୩ ମାସ ସମୟ ନେଲେ। ମାତ୍ର ସରକାର ସବୁ ଭୁଲିବା ଓ କାଳକ୍ଷେପଣ ନୀତି ବିରୁଦ୍ଧରେ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭର ନିଷ୍ପତ୍ତି ନିଆଯାଇଛି। ବୈଠକରେ ୬୬୨ ବର୍ଗ କଲେଜ (ଆଙ୍ଗଲିଆ) ଉପସଭାପତି ଅଶୋକ କୁମାର ପୁରୋହିତ, ସମ୍ବଲପୁର ଜିଲ୍ଳା ଆବାହକ ବିଶ୍ୱପତି ବେହେରା, ଓଷ୍ଟା ସମ୍ପାଦକ ହରିନାରାୟଣ ପଣ୍ଡା, ସୁନ୍ଦରଗଡ଼ର ମନୋଜ ଚୌଧୁରୀ, ବରଗଡ଼ର ପ୍ରଦୀପ ସାହୁ, ସୋନପୁରର ସୁବାଷ ପଣ୍ଡା, କଳ୍ପନା ଦାଶ, ବୌଦ୍ଧର ମାନଭଞ୍ଜନ ତ୍ରିପାଠୀ, ଝାରସୁଗୁଡ଼ାର ବିଭୂତି ଭୂଷଣ ଦାଶ, ପ୍ରସନ୍ନ କୁମାର ଦାଶଙ୍କ ସମେତ ଭଗବାନ ମେହେର, ସୁଧୀର ସାହୁ, ଜୟପ୍ରକାଶ ପଟେଲ, ସତ୍ୟବାଦୀ ପଟେଲ, ବିଶ୍ୱାମିତ୍ର ଦୀପ, ବିଭୂତିଭୂଷଣ ଚାନ୍ଦ, ପ୍ରେମାନନ୍ଦ ଖମାରୀ, ମମତା ବିଶ୍ୱାଳ, ସୁନୀଲ ସାହୁ, ଅନୀଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top