Home ଓଡ଼ିଶା ସ୍କୁଲ କଲେଜରେ ତାଲା, ପାଠପଢା ବ୍ୟାହାତ

ସ୍କୁଲ କଲେଜରେ ତାଲା, ପାଠପଢା ବ୍ୟାହାତ

122

ନୟାଗଡ଼, ୮-୯ (ଓଡ଼ିଆ ପୁଅ) : ଗତ ଜୁଲାଇ ୧୬ ତାରିଖରୁ ୨୨ ଦିନ ଧରି ସ୍କୁଲ କଲେଜ ମିଳିତ ମଂଚ ରାଜ୍ୟ ସଂଘର ଡାକରାରେ ନୟାଗଡ଼ ଜିଲ୍ଳାର ବ୍ଳକଗ୍ରାଂଟ ସ୍କୁଲ କଲେଜର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଭୁବନେଶ୍ୱର ପିଏମ୍ଜିଠାରେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସି ରହଛନ୍ତି। ସ୍କୁଲ କଲେଜରେ ତାଲା ପଡ଼ିଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ପାଠପଢା ଏବେ ଏକ ପ୍ରକାର ଠପ୍ ହୋଇଯାଇଛି। ଜିଲ୍ଳାର ୩୫ ବ୍ଳକଗ୍ରାଂଟ ମହାବିଦ୍ୟାଳୟ, ୭୫ ଉଚ୍ଚ ବିଦ୍ୟାଳୟ ଏବଂ ୩୦ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ଗତ ସେପ୍ଟେମ୍ବର ୫ତାରିଖରେ ଗୁରୁଦିବସକୁ କଳାଦିବସଭାବେ ପାଳନ କରିଥିବାବେଳେ ଗତକାଲିଠାରୁ ସ୍କୁଲ କଲେଜରେ ତାଲା ପକାଇ ଏକ ମହା ସଂଗ୍ରାମ ଚଳାଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଆଉ ସ୍କୁଲ କଲେଜ ମୁହାଁ ହେବାନାହିଁ ବୋଲି ଚରମ ବାଣୀ ସରକାରଙ୍କୁ ଶୁଣାଇଛନ୍ତି। ସ୍କୁଲ କଲେଜରେ ତାଲା ପଡ଼ିଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠ ପଢା ପ୍ରଭାବିତ ହୋଇଛି। ସେପ୍ଟେମ୍ବର ୧୭ ତାରିଖରେ ପିଲାଙ୍କ ପ୍ରିଟେଷ୍ଟ ପରୀକ୍ଷା ହେବାକୁ ଥିବାବେଳେ ଏହି ଆନ୍ଦୋଳନକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଉଲ୍ଳେଖଯୋଗ୍ୟ ସରକାର ୨୦୧୭ ଅକ୍ଟୋବର ୨୨ରେ ପୂର୍ଣ୍ଣ ଅନୁଦାନ ବିଜ୍ଞପ୍ତି ପ୍ରକାଶ କରି ଏକ ବେଆଇନ ସତ୍ୟପାଠ ଉଲେଖ କରିଥିବା ମହାସଂଘ ଅଭିଯୋଗ କରିଛି। ଜଣେ ଶିକ୍ଷକ ଅଧ୍ୟାପକ ବା କର୍ମଚାରୀ ଭବିଷ୍ୟତରେ ନିଜର ପୂର୍ଣ୍ଣ ଅଧିକାର ସାବ୍ୟସ୍ତ ପାଇଁ ଆଉ ଯେମିତି କୋର୍ଟ କଚେରୀ ଯାଇପାରିବ ନାହିଁ ତାହା ଏହି ସତ୍ୟାପାଠରେ ଉଲ୍ଲେଖ ରହିଛି। ଯାହାକି ଏପରି ବେଆଇନ କୁତ୍ସିତ ପ୍ରଥାକୁ ସଂଘ ଘୋର ବିରୋଧ କରିଛି। ଏଥିସହିତ ସମ୍ପୁର୍ଣ୍ଣ ବ୍ଳକ ଗ୍ରାଂଟୂ ଉଚ୍ଛେଦ ସହ ସପ୍ତମ ପେନସନ୍ ଲାଗୁ କରିବା, ୧୯୯୪ ଜିଆଇଏ ଲାଗୁ କରିବା, ଚାକିିରି ସର୍ତ୍ତାବଳୀ ଲାଗୁ କରିବା ଏବଂ ଅବସର ସମୟ ସୀମା ୬୨କୁ ବୃଦ୍ଧି କରିବା ଦାବିରେ ମହାସଂଘ ଧାରଣାରେ ବସିବା ସହ ସରକାର ଏସବୁ ଦାବି ପୂରଣ ନକଲା ପର୍ଯ୍ୟନ୍ତ ସ୍କୁଲ କଲେଜରେ ତାଲା ଫିଟିବ ନାହିଁ ବୋଲି ସଂଘ ରୋକଠୋକ୍ ଶୁଣାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.