ଜିଲ୍ଲା ପରିକ୍ରମା

ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଶିକ୍ଷୟତ୍ରୀ ମାନଙ୍କ ନିର୍ଯ୍ୟାତନା ଅଭିଯୋଗ, ଥାନାରେ ଏତଲା

ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ସହର ସେକ୍ଟର-୧ ବିବେକାନନ୍ଦ ଶିକ୍ଷାସଦନରେ କାର୍ଯ୍ୟରତ ଶିକ୍ଷୟତ୍ରୀ ମାନେ ମାନସିକ ନିର୍ଯ୍ୟାତନା ଶୀକାର ହୋଇଥିବା ସକ୍ତୃକ୍ତ ଶିକ୍ଷୟତ୍ରୀ ମାନେ ସ୍ଥାନୀୟ ସେକ୍ଟର-୩ ଥାନାରେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର କର୍ତ୍ତୃପକ୍ଷ ଶିକ୍ଷୟତ୍ରୀ ମାନଙ୍କୁ ଅନେକ ସମୟରେ ହଇରାଣ ହରକତ କରୁଥିବାରୁ ସେମାନେ ମାନସିକ ନିର୍ଯ୍ୟାତନା ସହ୍ୟ କରିବାକୁ ପଡ଼ୁଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ମିତା ନାୟକ ଓ ଲକ୍ଷ୍ମୀପ୍ରୀୟା ନାୟକଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟ ୧୯୮୯ ମସିହାରୁ ପ୍ରତିଷ୍ଠା ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସଳ୍ପବେତନ ପ୍ରଦାନ କରୁଥିବା ବେଳେ ସ୍କୁଲର ଅର୍ଥକୁ ଆତ୍ମସାତ ହେଉଛି। ଯଦି କୌଣସି ଶିକ୍ଷକ, ଶିକ୍ଷୟତ୍ରୀ ଏହା ବିରୋଧରେ ଅଭିଯୋଗ କରୁଛନ୍ତି ତେବେ ତାଙ୍କୁ ଚାକିରୀରୁ ବାହାର କରିଦେବାକୁ ଧମକ ମଧ୍ୟ ଦିଆଯାଉଛି। ଏପରିକି ଭଲ ଶିକ୍ଷାଦାନ ନକରିବା ଆଳରେ ପୂର୍ବରୁ ସାଧାକାଗଜରେ ଦସ୍ତଖତକୁ ଆଧାର କରି ଚାକିରିରୁ ବାହାର କରି ଦିଆଯାଉଛି। ଗରିବ ପିଲାମାନଙ୍କ ପାଇଁ ଏକ କମ୍ପାନୀ ପକ୍ଷରୁ ଦିଆଯାଇଥିବା ପାଠ୍ୟ ଉପକରଣକୁ ଛାତ୍ରଛାତ୍ରୀଙ୍କୁ ଦିଆନଯାଇ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ପାଠ୍ୟଖସଡ଼ା ଖାତା ଭାବେ ବ୍ୟବହାର କରାଯାଉଛି ବୋଲି ଜଣେ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଜିଲା ପ୍ରଶାସନ ଓ ପୁଲିସକୁ ସୂଚନା ଦିଆଯାଇଛି। ଯଦି ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାନଯିବ ତେବେ ଆଗାମୀ ଦିନରେ ସେମାନେ ବିଦ୍ୟାଳୟ ଗେଟ ସମ୍ୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top