ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ହାଟଡିହି ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା

ହାଟଡ଼ିହି, ୧୧। ୯ (ଓଡ଼ିଆ ପୁଅ): ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜି ହାଟଡିହି ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା କରାଯାଇ ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଦାବିପ୍ରତି ସରକାରଙ୍କ ଉଦାସୀନ ମନୋଭାବକୁ ସମାଲୋଚନା କରାଯାଇଛି। ଏହି ପ୍ରତିବାଦ ସଭାରେ ପୁର୍ଣ୍ଣଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ପାତ୍ର, ମୃତ୍ୟୁଞ୍ଜୟ ପଲେଇ, ରଶ୍ମୀରେଖା ସାହୁ, ମଧୁସୁଦନ ଜେନା, ସଚିଦାନନ୍ଦ ଧୁପାଲ, ଶରତ କୁମାର ଶାସିନି, ସୁବାସ ଚନ୍ଦ୍ର ପାତ୍ର, ଭାଗିରଥୀ ସାହୁ, ପ୍ରଫୁଲ କୁମାର ପଣ୍ଡା, ନାରାୟଣ ରାଉତ, ତପନ ଓଝା, ରବିନ୍ଦ୍ର ନାଥ ଜେନା, ଅଭିରାମ ସାହୁ, ପ୍ରସାନ୍ତ କୁମାର ପହି, ଶିଶିର କୁମାର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ଲକ୍ଷ୍ମୀକାନ୍ତ ମିଶ୍ର, ଦିନବନ୍ଧୁ ପଢ଼ିଆରୀ, ହରିହର ସାମଲ, ମହେନ୍ଦ୍ର କୁମାର ଶାସିନି, ମହେଶ୍ୱର ରାଉତ, ପଦ୍ମନାଭ ପଣ୍ଡା, ନବକିଶୋର ବିଶ୍ୱାଳ, ରବିନ୍ଦ୍ର ନାଥ ଜେନା, ସନାତନ ନାୟକ, କୃପାସିନ୍ଧୁ ପଣ୍ଡା, ଲକ୍ଷ୍ମୀକାନ୍ତ ମିଶ୍ର, ମୁକ୍ତିକାନ୍ତ ପଣ୍ଡା, କମଳାକାନ୍ତ ନାୟକ, ପ୍ରଦୀପ କୁମାର ମଲ୍ଲିକ, ଶରତ କୁମାର ରାଉତଙ୍କ ସମେତ ତିନିଶହରୁ ଉର୍ଦ୍ଧ ଅଧ୍ୟାପକ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ଏହି ପ୍ରତିବାଦ ସଭା ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆଗାମି ୧୭ତାରିଖ ଦିନ ପ୍ରତି ପଞ୍ଚାୟତ ମାନଙ୍କରେ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବାକୁ ନିଷ୍ପତି ହୋଇଛି। ଏହି ଅବସରରେ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷାଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୭ ସେପ୍ଟେମ୍ବର୧ରୁ ବ୍ଲକଗ୍ରାଣ୍ଟ ଉଚ୍ଛେଦ ହୋଇ ଐତିହାସିକ ଅନୁଦାନ ଆଇନି ଲାଗୁ ହେଲା ବୋଲି ଘୋଷଣା କରିଥିବାବେଳେ ଅଦ୍ୟାବଧି ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀ ମାନେ ତାହା ପାଇପାରିଲେ ନାହିଁଁ। ୩୧ ଅଗଷ୍ଟ ୨୦୧୭ରେ ମୁଖ୍ୟ ଶାସନ ସଚିବ ଜୁନ ୨୦୧୮ରେ ସପ୍ତମ ବେତନ କମିସନ ଲାଗୁ କରାଯିବ ବୋଲି କହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଇ ନାହିଁ। ସେହିପରି ୨୦୧୮ ଏପ୍ରିଲ ୧୮ରେ ପୁର୍ଣ୍ଣ ଅନୁଦାନ ନୋସନାଲି ଲାଗୁ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇପାରିଲା ନାହିଁ। ୨୦୧୭ ଅନୁଦାନ ଆଇନି ସହିତ ଜୋଡିହୋଇ ରହିଥିବା ଅଗଣାତିନ୍ତ୍ରିକ ସତ୍ୟପାଠକୁ ଉଚ୍ଛେଦ କରିବାକୁ ଯାଇ ଲିଖିତ ସୂଚନା ନାମରେ ଯାହା କରାଯାଇଛି ତାହା ଯଥା ପୁର୍ବଂ ତଥା ପରଂ ବୋଲି ଶିକ୍ଷକମାନେ ମତବ୍ୟକ୍ତ କରିଥିଲେ। ସରକାର ତୁରନ୍ତ ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସର ଭୁକ୍ତ କରାଯାଇ ଚାକିରି ସର୍ତ୍ତାବଳୀ ଓ ଅବସର କାଳୀନ ସୁବିଧା ସୁଯୋଗ ପ୍ରଦାନ କରିବା, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ କରିବା ଏବଂ ୨୦୧୮ ଅନୁଦାନ ଆଇନିରେ ୪୦, ୬୦ ଓ ୭୫ଶତକଡା ଦରମା ପାଉଥିବା ବିଦ୍ୟାଳୟର ଅନୁଦାନ ନିର୍ଦ୍ଦେଶପତ୍ର ସହିତ ବାର୍ଷିକ ଦରମା ବୃଦ୍ଧିକୁ ଯୋଗ କରିବା, ସରକାର ଦେଇଥିବା ପ୍ରତିଶୃତି ଅନୁଯାଇ ସପ୍ତମ ବେତନ କମିସନ ଲାଗୁ କରିବା ଆଦି ୭ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୀ ବିମ୍ବାଧର ବିଶ୍ୱାଳ ପ୍ରତିବାଦ ସଭାସ୍ଥଳକୁ ଆସି ଶିକ୍ଷକ ମାନଙ୍କୁ ଉଦବୋଧନ ଦେବା ସହିତ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *