ସ୍କୁଟି କିଣିଲେ ସରକାର ଦେବେ ୨୫ ହଜାର ଟଙ୍କା! ମୋଦୀ କରିବେ ଶୁଭାରମ୍ଭ!

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ଆପଣ ସ୍କୁଟି କିଣିବାକୁ ଚାହୁଁଛନ୍ତିକି? ଟିକେ ରହିଯାଆନ୍ତୁ ସରକାର ସ୍କିମ୍ ଆଣୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ଏହାର ଶୁଭାରମ୍ଭ। ଖବରଟି ଏହିପରି, ତାମିଲନାଡୁର ଏଆଇଏଡିଏମକେ ସରକାରରଙ୍କଦ୍ୱାରା ଜନତାଙ୍କୁ ମାଗଣା କିମ୍ବା ସବସିଡ଼ରେ ଦିଆଯାଉଥିବା ଦ୍ରବ୍ୟ ମଧ୍ୟରେ ଏବେ ‘ଆମ୍ମା ସ୍କୁଟର’ ମଧ୍ୟ ଜୋଡ଼ି ହୋଇଗଲା। ରିପୋର୍ଟ ମୁତାବକ, ତାମିଲନାଡୁର ଯେଉଁ ମହିଳାଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ କମ ତାଙ୍କୁ ୧୨୫ ସିସି ପର୍ଯ୍ୟନ୍ତ ଟୁ ହ୍ଵୀଲର କିଣିବା ଉପରେ ୫୦ ପ୍ରତିଶତ କିମ୍ବା ୨୫ ହଜାର ଟଙ୍କାର ସବସିଡି ଦିଆଯିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପାର୍ଟି ପ୍ରମୁଖ ଥିବା ଜୟଲଲିତାଙ୍କର ୭୦ତମ ଜନ୍ମ ଦିବସ ଉପଲକ୍ଷେ ୨୪ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇରେ ଏହାର ଶୁଭାରମ୍ଭ କରିବେ। ପ୍ରତ୍ୟେକ ପରିବାରରେ ଜଣେ ମହିଳା ଏଥିପାଇଁ ଏଲିଜିବୁଲ ହେବେ। ଯେଉଁ ପରିବାରରକୁ ମହିଳା ଚଲାଉଛନ୍ତି କିମ୍ବା ବିଧବା, ବିକଳାଙ୍ଗ କିମ୍ବା ଟ୍ରାନ୍ସଜେଣ୍ଡର ହୋଇଥିଲେ ପ୍ରାଥମିକତା ମିଳିବ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *