ଜିଲ୍ଲା ପରିକ୍ରମା

ସ୍କୁଟର ସହ ୩ ମୋଟର ସାଇକେଲ ଜବତ : ଜଣେ ଗିରଫ

ସମ୍ବଲପୁର, ୨୦/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର କ୍ଷେତରାଜପୁର ଥାନା ପୋଲିସ ଗତ ୧୩ ତାରିଖ ଦିନ ରେଳ ଷ୍ଟେସନ ପାଖରୁ ଏକ ମୋଟର ସାଇକେଲ େଚାରି ମାମଲାର ଅନୁସନ୍ଧାନ କ୍ରମେ ଗୋଟିଏ ସ୍କୁଟର ଓ ୩ଟି ମୋଟର ସାଇକେଲ ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଥାନାର କେସ ସଂଖ୍ୟା ୧୩/୨୦୧୮ ଉପରେ ଆଇପିସିର ଧାରା ୩୭୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ପ୍ରକାଶ ଯେ, ଗତ ୧୩ ତାରିଖ ରାତି ସ୍ଥାନୀୟ କୁମ୍ଭାରପଡ଼ାର ବବ୍ଲୁ ମେହେର ତାଙ୍କ ହିରୋହୋଣ୍ଡା ସ୍ପ୍ଲେଣ୍ଡର ପ୍ଲସ ବାଇକ ଓଡ଼ି-୨୩ଡ଼ି-୮୯୦୪କୁ କ୍ଷେତରାଜପୁର ରେଳ ଷ୍ଟେସନ ସମ୍ମୁଖରେ ରଖିଥିଲେ। ଏହାର ୧ ଘଣ୍ଟା ପରେ ସେ ଫେରିଆସି ନିଜ େଚାରି ହୋଇଥିବା ଜାଣି ଥାନାରେ ଏତଲା ଦେଇଥିଲେ। ମାମଲାର ତଦନ୍ତ କ୍ରମେ ପୋଲିସ ଜେସିଏଲ ନାମକ ଜଣେ ଯୁବକକୁ ପଚରାଉଚରା କରିଥିଲେ। ତା’ର ସୂଚନା କ୍ରମେ ବବ୍ଲୁ ମେହେରଙ୍କ ବାଇକ୍ ସହିତ ଆଉ ଏକ ଗ୍ଲେମର ବାଇକ, ଗୋଟିଏ ବଜାଜ୍ ସ୍କୁଟର ଏବଂ ଆଉ ଗୋଟିଏ ହିରୋହୋଣ୍ଡା ସିଡ଼ି ଡିଲକ୍ସ ବାଇକ୍ ଉଦ୍ଧାର କରାଯାଇଥିଲା। ଏହା ସମ୍ବଲପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରୁ େଚାରି ହୋଇଥିବା ଜଣାପଡ଼ିଥିଲା। ଉଦ୍ଧାର କରାଯାଇଥିବା ୪ଟି ଦୁଇଚକିଆ ମଧ୍ୟରୁ ସ୍ପ୍ଲେଣ୍ଡର ପ୍ଲସ ବାଇକ ଏବଂ ଗୋଟିଏ ସ୍କୁଟରକୁ ସେମାନଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଥିବା କ୍ଷେତରାଜପୁର ଥାନା ଆଇଆଇସି ଅମରେଶ ପଣ୍ଡା ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top