ଓଡ଼ିଶା

ସ୍କୁଟର – ଟୟୋଟା କାର ମୁହାଁମୁହିଁ ଧକ୍କା ୨ଗୁରୁତର

ଢେଙ୍କିକୋଟ ,ତା୨୪/୦୩(ଓଡିଆ ପୁଅ /ବିରେନ୍ଦ୍ର କୁମାର) କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ ଉପରେ ସ୍କୁଟର ସହ ଟୟୋଟା କାରର ମୁହାଁମୁହିଁ ଧକ୍କା ହୋଇ ଦୁଇ ସ୍କୁଟର ଆରୋହି ଗୁରୁତର । ଆଜି ସଂନ୍ଧ୍ୟା ସମୟରେ କେନ୍ଦୁଝର ଅଭିମୁଖେ ଯାଉଥିବା ଟୟୋଟା କାର ସହ ସ୍କୁଟର ର ଧକ୍କା ହେବା ଫଳରେ ସ୍କୁଟରେ ଥିବା ଦୁଇ ସ୍ଥାନୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ବୟ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଡଳଙ୍ଗପାଣି ଗ୍ରାମର ଟୁକୁନା ମୁଣ୍ଡା ଓ ଭୋଳବେଡା ଗ୍ରାମର ଭରତ ମୁଣ୍ଡା ବୋଲି ଜଣାପଡ଼ିଛି । ଆହତ ଦ୍ବୟ କୁ ଆମ୍ବୁଲାନ୍ସ ଯୋଗେ ଘଟଗାଁ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଢେଙ୍କିକୋଟ ପୋଲିସ ପହଞ୍ଚି ଗାଡ଼ି ଦ୍ବୟ କୁ ଜବତ କରିବା ସହ ଘଟଣା ର ତଦନ୍ତ ଜାରି ରଖିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top