ଓଡ଼ିଶା

ସ୍କୁଟର୍ସ ଇଣ୍ଡିଆ ଲିଃ, ଲକ୍ଷ୍ନୌର ବାଲାନ୍ସ ସିଟ ପୁନର୍ବିନ୍ୟାସ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୨୩ ମଇ (ଓଡ଼ିଆ ପୁଅ) ସ୍କୁଟର୍ସ ଇଣ୍ଡିଆ ଲିଃ, ଲକ୍ଷ୍ନୌ (ଏସଆଇଏଲ)ର ବାଲାନ୍ସ ସିଟ ନିମ୍ନମତେ ପୁନର୍ବିନ୍ୟାସ କରିବା ପ୍ରକ୍ରିୟାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ମଞ୍ଜୁରି ଦେଇଛନ୍ତି।

୧. ଭାରତ ସରକାରଙ୍କ ଦ୍ୱାରା ସ୍କୁଟର୍ସ ଇଣ୍ଡିଆ ଲିଃର ଅଂଶ ପୁଞ୍ଜିରେ ସଂଚିତ କ୍ଷତି ପ୍ରତି ୮୫.୨୧ କୋଟି ଟଙ୍କାର ଇକ୍ୟୁଟିରେ ହ୍ରାସ କରିବା। ଏହି ହ୍ରାସ ୩୧.୦୩.୨୦୧୩ ଠାରୁ ଲାଗୁ ଭାବେ ଗ୍ରହଣ କରାଯିବ ଏବଂ

୨. ୨୦୧୨-୧୩ ସମୟରେ ସ୍କୁଟର୍ସ ଇଣ୍ଡିଆ ଲିଃ ଲାଗି ଜାରି ୧.୮୯ କୋଟି ଟଙ୍କାର ଅଣ ଯୋଜନା ଋଣ ଉପରେ ସୁଧକୁ କମ୍ପାନୀ ଲାଗି ଜାରି କରାଯାଇଥିବା ତାରିଖଠାରୁ ବନ୍ଦ କରିବା ଏବଂ ଏହାକୁ ୧.୮୯ କୋଟି ଟଙ୍କାର ବକେୟା ମୂଳଧନ ରାଶିର ଇକ୍ୟୁଟିରେ ବଦଳାଯିବ।

ଏହି ମଞ୍ଜୁରି ସହିତ ୨୦୧୨-୧୩ ଠାରୁ ସ୍କୁଟର୍ସ ଇଣ୍ଡିଆ ଲିଃର ବାଲାନ୍ସ ସିଟ ନିୟମିତ ହୋଇଯିବ ଏବଂ ତଦନୁଯାୟୀ ନୂଆ କରି ଲାଗୁ ହୋଇପାରିବ। ଏହାଦ୍ୱାରା କମ୍ପାନୀର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାରେ ଆସୁଥିବା ବାଧା ଦୂର ହେବ ବୋଲି ଆଶା କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top