ଅନୁଗୁଳ

ସ୍କଟଲ୍ୟାଣ୍ଡପୁର ଗୋପାଳସାହି ବାସିନ୍ଦାଙ୍କର ସମସ୍ୟାର ଅନ୍ତ ନାହିଁ

ତାଳଚେର,୧୦/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍ୱାଧୀନତାର ଦୀର୍ଘ ୭୦ବର୍ଷରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ତାଳଚେର ବ୍ଲକ ଧରମପୁର ପଂଚାୟତ ଅନ୍ତର୍ଗତ ସ୍କଟଲ୍ୟାଣ୍ଡପୁର ଗୋପାଳସାହି ବାସିନ୍ଦାଙ୍କର ବହୁବିଧ ସମସ୍ୟାର ସମାଧାନ ହୋଇ ପାରିନାହିଁ । ରାସ୍ତାଘାଟ,ଡ୍ରେନେଜ,ପାନୀୟ ଜଳ ଯୋଗାଣ,କ୍ଲବ ଘରର ଉନ୍ନତିକରଣ ଆଦି ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ଦାବୀ କରି ଆସୁଥିଲେ ମଧ୍ୟ ଏଗୁଡ଼ିକ ପୂରଣ ପାଇଁ ଅଦ୍ୟାବଧି ପଦକ୍ଷେପ ନିଆଯାଉନି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଲୋକଙ୍କ କହିବାନୁଯାୟୀ ଗ୍ରାମର ବିଭିନ୍ନ ରାସ୍ତା ଖାଲଖମାରେ ଭର୍ତି ହୋଇଥିବା ବେଳେ ଡ୍ରେନେଜ ସୁବିଧା ନଥିବାରୁ ସାମାନ୍ୟ ବର୍ଷାରେ ପାଣି ଏବଂ କାଦୁଅ ଜମି ଯାଉଛି । ସେହିପରି ଗ୍ରାମରେ ଏକ ନୂତନ ୱାଟର ହେଡ଼ ଟାଙ୍କି ସ୍ଥାପିତ ହୋଇଥିଲେ ସୁଦ୍ଧା ଆବଶ୍ୟକୀୟ ପାନୀୟ ଜଳ ଲୋକେ ପାଇ ପାରୁନାହାନ୍ତି । ଦୀର୍ଘ ଦିନର ଦାବୀ ସତ୍ୱେ ଗ୍ରାମ୍ୟ ରାସ୍ତାକୁ ଆଲୋକୀକରଣ କରାଯାଉନାହିଁ । ଫଳରେ ରାତିରେ ଯାତାୟତ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ଅତି ନିକଟରେ ଯାଇଥିବା ରେଳପଥ ଯୋଗେ ଏନ୍.ଟି.ପି.ସି କଣିହାଁର କୋଇଲା ପରିବହନ କାର୍ଯ୍ୟ ଚାଲିଛି । ଧୂଳିଧୂଆଁ ଉଡ଼ିବା ଯୋଗୁଁ ଗ୍ରାମର ପରିବେଶ ମଧ୍ୟ ଏବେ ଅସୁସ୍ଥକର ହୋଇ ପଡ଼ିଛି । ସେହିପରି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ପୁରୁଣା ଘର ଭାଙ୍ଗିରୁଜି ବିପଦସଙ୍କୁୁଳ ଅବସ୍ଥାରେ ରହିଥିବା ବେଳେ ବିଦ୍ୟାଳୟର ପାଚେରୀ କିମ୍ବା ଫାଟକ ନିର୍ମାଣ କରାଯାଉ ନଥିବାରୁ ଛାତ୍ରଛାତ୍ରୀମାନଙ୍କ ଜୀବନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାର ଅଭିଭାବକମାନେ ପ୍ରକାଶ କରିଛନ୍ତି । ଏତଦ୍ ବ୍ୟତୀତ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏହାର ବିଭିନ୍ନ କାନ୍ଥରେ ଫାଟ ସୃଷ୍ଟି ହୋଇ ଏବେ ବର୍ଷାରେ ପାଣି ଗଳୁଥିବାର ଲକ୍ଷ୍ୟ କରାଯାଇଛି । ଏବେ ସ୍କଟଲ୍ୟାଣ୍ଡପୁର ଗ୍ରାମ କେବଳ ସମସ୍ୟାବହୁଳ ଗ୍ରାମ ଭାବେ ପରିଚିତ ହୋଇ ରହିଥିବାର ଲୋକେ ଅଭିଯୋଗ କରିଛନ୍ତି । ସ୍କଟଲ୍ୟାଣ୍ଡପୁର ଗୋପାଳସାହିରେ ୩ଶହରୁ ଉଦ୍ଧ୍ୱର୍ ଗ୍ରାମବାସୀ ବାସ କରୁଥିବା ବେଳେ ସେମାନଙ୍କୁ ସାମାନ୍ୟତମ ମୈାଳିକ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯାଉନାହିଁ । ଏ ସମ୍ପର୍କରେ ଲୋକେ ସ୍ଥାନୀୟ ସରପଂଚ,ଲୋକ ପ୍ରତିନିଧି,ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା ସେମାନଙ୍କର ଦାବୀଗୁଡ଼ିକୁ ଅଣଦେଖା କରାଯାଉଛି ବୋଲି କ୍ଷୋଭର ସହ ସେମାନେ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top