ଗଜପତି

“ସୋ ଟାଇମସ” ପକ୍ଷରୁ ଗଜପତିର ନାଟ୍ୟକାରଙ୍କୁ ସମ୍ମାନିତ

ପାରଳାଖେମୁଣ୍ଡି,୭ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ବରିଷ୍ଠ ନାଟ୍ୟକାର, ନିଦେ୍ର୍ଦଶକ ତଥା ମଞ୍ଚରତ୍ନ ବଟକୃଷ୍ଣ ପାତ୍ରଙ୍କୁ ନିକଟରେ ପୁରୀ ଭେଳା ଭୁମିରେ “ସୋ ଟାଇମ” ପକ୍ଷରୁ ସମ୍ମାନିତ କରାଯାଇଛି । ଏହି ସମ୍ମାନିତ ଉତ୍ସବ-୨୦୧୮ରେ ଅନ୍ୟାନ୍ୟ ଅତିଥି ମଧ୍ୟରେ ଗଜପତି ଜିଲାର ବିଶିଷ୍ଠ ବ୍ୟବସାୟୀ ଡ.ତିରୁପତି ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ । ପୁରୀ ଭେଳାଭୁମିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କ୍ଷେତ୍ରରେ କ୍ଷାତି ଲାଭ କରିଥିବା ଯଥା ଚଳଚ୍ଚିତ୍ର ତାରକା, ପ୍ରଯୋଜକ, ନିଦେ୍ର୍ଦଶକ ଇତ୍ୟାଦିଙ୍କୁ ସମ୍ମାନିତ କରାଯାଇଥିଲା । ଦକ୍ଷିଣ ଓଡିଶାର ଏକମାତ୍ର ବରିଷ୍ଠ ନାଟ୍ୟକାର ଭାବେ ପାରଳାଖେମୁଣ୍ଡିର ବଟକୃଷ୍ଣ ପାତ୍ରଙ୍କୁ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା । ଏଥିପାଇଁ ଗଜପତି ଜିଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଳରାମ ନାଗା, ଡ.ତିରୁପତି ପାଣିଗ୍ରାହୀ ପ୍ରମୁଖଙ୍କ ସହ ପାରଳାଖେମୁଣ୍ଡି ସହରର ବିଭିନ୍ନ ମହଲରୁ ଶ୍ରୀ ପାତ୍ରଙ୍କୁ କୃତଜ୍ଞତା ଜଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top