ଓଡ଼ିଶା

ସୋସୋ ନିଉଦାନିରେ ଜବରଦଖଲ ଉଚ୍ଛେଦ ୧୨ରେ

ହାଟଡ଼ିହି, ୯/୧୧ (ଓଡ଼ିଆ ପୁଅ) : ସୋସୋ-ନିଉଦାନିରେ ଜବରଦଖଲ ଉଚ୍ଛେଦ ପାଇଁ ଆସନ୍ତା ୧୨ତାରିଖକୁ ଦିନଧାର୍ଯ୍ୟ କରାଯାଇ ତହସିଲ ପକ୍ଷରୁ ନୋଟିସ କରାଯାଇଛି। ସୋସୋ ନିଉଦାନିରେ ଅନେକ ଲୋକ ସରକାରୀ ରାସ୍ତା ଉପରକୁ ମାଡି ଆସିଥିବାବେଳେ ଗାଁ ଭିତର ଦେଇ ଗାଡିଟିଏ ମଧ୍ୟ ଯିବା ସମ୍ଭବ ହୋଇ ପାରୁନଥିଲା। ଏହାକୁ ନେଇ ସଭିଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ତହସିଲରେ ଅଭିଯୋଗ ହେବାପରେ ତହସିଲ ପକ୍ଷରୁ ଜମି ମାପଚୁପ କରାଯାଇ ସରକାରୀ ଜାଗା ଚିହ୍ନଟ କରାଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇପାରୁ ନଥିଲା। ଏହି ଉଚ୍ଛେଦ ସମୟରେ ଅନେକ ବୃକ୍ଷ, ବିଦ୍ୟୁତଖୁଣ୍ଟ, ଘର ଆଦି ଭାଙ୍ଗିବାକୁ ଥିବାବେଳେ ଆଜି ଏହି ଉଚ୍ଛେଦ ପାଇଁ ଆସନ୍ତା ୧୨ତାରିଖକୁ ଦିନଧାର୍ଯ୍ୟ କରାଯାଇ ତହସିଲ ପକ୍ଷରୁ ଆନନ୍ଦପୁର ଉପଜିଲ୍ଲାପାଳ, ପୁଲିସ, ବନ ବିଭାଗ, ଦମକଳ ବିଭାଗ ଆଦି ଅନେକ ବିଭାଗକୁ ଚିଠି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top