ସୋସୋ କାନପୁର ସରସ୍ୱତୀ ଶିଶୁମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ହାଟଡ଼ିହି ୨୬ ।୮ : (ବିକାଶ ବିଶ୍ୱାଳ) ସୋସୋ କାନପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଅଶୋକ କୁମାର ଦାସଙ୍କ ସଂଯୋଜନାରେ ପୁର୍ବତନ ସରପଞ୍ଚ ନିତ୍ୟାନନ୍ଦ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋସୋ ଥାନାର ଆଇଆଇସି ମୁକ୍ତି କୁମାର କୁଲୁ, ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ ତଥା ବରିଷ୍ଠ ସାହିତି୍ୟକ ଅନ୍ତର୍ଯ୍ୟାମୀ ରାଉତ, ସମ୍ମାନୀତ ଅତିଥି ଭାବେ ଅଶୋକ କୁମାର ରାଉତ, ହେମନ୍ତ ସିଂ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ନାୟକ ପ୍ରମୁଖ ଯୋଗଦେଇ ରକ୍ଷାବନ୍ଧନ ଉତ୍ସବ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ରକ୍ଷାବନ୍ଧନ କରାଯାଇଥିଲା । ଗୁରୁମା ଓ ଛାତ୍ରୀମାନେ ଅତିଥି ମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ । ଅଶୋକ କୁମାର ଜେନା, ଚିନ୍ତାମଣୀ ରଥ, ଜଗନ୍ନାଥ ଭୁୟାଁ, ମନୋରଞ୍ଜନ ବିଶ୍ୱାଳ, ଘନଶ୍ୟାମ ଦାସ, ଗୌରାଙ୍ଗ ପ୍ରଧାନ, ପ୍ରଭାକର ମଣ୍ଡଳ, ନବଘନ ପରିଡା, ଚନ୍ଦ୍ରକାନ୍ତ ନାୟକ, ସସ୍ମିତା ମଲ୍ଲିକ, ପୂଜାରାଣୀ ଜେନା, ଦିପ୍ତିମୟୀ ବେହେରା, ଗାୟତ୍ରୀ ନାୟକ, ପ୍ରୀୟଦର୍ଶନୀ ରାଉତ, ସ୍ନେହଲତା ଖମାରୀ, ଦିପ୍ତିମୟୀ ପୁହାଣ, ସ୍ୱାତୀ ମହାପାତ୍ର, ପ୍ରଜ୍ଞାନ ଦାସ, ସବିତା ଜେନା, ରିତାଞ୍ଜଳୀ ଦେହୁରୀ, ସସ୍ମିତା ରଣା, ଜଗଦ୍ଧାତ୍ରୀ ପଣ୍ଡା ପ୍ରମୁଖ ଗୁରଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *