ଓଡ଼ିଶା

ସୋସିଆଲ ମିଡିଆର ଅପବ୍ୟବହାର କରି ଯୁବକ ଗିରଫ

ଘଟଗାଁ, ୮/୦୪(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ ଲଙ୍ଗଳକଣ୍ଟି ଗ୍ରାମର ଜୟଦେବ ଗୀରିକୁ ଘଟଗାଁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି। ସୂଚନା ମୁତାବକ ଜୟଦେବ ଗିରି ପିପିଳିଆ ଲକ୍ଷ୍ମୀନାରୟଣ କଲେଜରେ ଅଧ୍ୟୟନ ରତ ଥିବା ବେଳେ ଢେଙ୍କିକୋଟ ବିଜେପୀ ମୋର୍ଚ୍ଛାର ସହସମ୍ପାଦକ କାର୍ଯ୍ୟ ତୁଲାଇ ଆସୁଛନ୍ତି। ଖବର ନେବାରୁ ଜଣା ପଡିଛି ଉକ୍ତ ଯୁବକ ଅନେକ ସମୟରେ ସୋସିଆଲ ମିଡିଆର ଅପ ବ୍ୟବହାର କରି ରାଜନେତା, ବୁଦ୍ଧିଜୀବି, ଯୁବଗୋଷ୍ଠି, ବରିଷ୍ଠବ୍ୟକ୍ତି ମାନଙ୍କୁ ଅନେକ ଅସାମାଜିକ କଟୁ ସମାଲୋଚନା କରି ଆସୁଥିଲେ। ୩ ମାସ ପୂର୍ବରୁ ଏପରି ଏକ କେସରେ ଛନ୍ଦି ହୋଇ ତାଙ୍କୁ ଥାନା ଅଧିକାରୀ ଅଟକ ରଖିଥିଲେ କିନ୍ତୁ ରାଜନୈତିକ ଚାପରେ ଖସିଯାଇଥିଲେ ସୁଦ୍ଧା ସେ ପୂର୍ବପରି ସୋସିଆଲ ମିଡିଆର ଅପବ୍ୟବହାର କରି ଆସୁଥିଲେ। ତେବେ ଆଜି ଘଟଗାଁ ଥାନା ଅଧିକାରୀ ସତିସ୍ ଚନ୍ଦ୍ର ନାଏକ ୧୧/୨୦୧୮ କେଶ ନଂ ଅନୁଯାୟୀ ଦଫା ୨୯୨, ୪୬୫, ୪୬୯ ଏବଂ ଆଇପିସି ୬୬(ସି), ୬୬(ଇ), ୬୭ ଆଇଟି ଆକ୍ଟ ଅନୁଯାୟୀ ଆଜି ଜୟଦେବକୁ ଗିରଫ କରି କୋର୍ଟଚାଲାଣ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top