ଓଡ଼ିଶା

ସୋସିଆଲ ମିଡିଆରେ ପିଲା ଚୋରି ଗୁଜବ ଭୟରେ ରାତି ଅନିଦ୍ରା ଲୋକେ: ଶୁଖିଲାରେ ମାଡ଼ ଖାଉଛନ୍ତି ବେପାରୀ ଆଉ ମସ୍ତିଷ୍କ ବିକୃତ

ତୁରୁମୁଙ୍ଗା ୨ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ ପତି) ସୋସିଆଲ ମିଡିଆରେ ପିଲା ଚୋରି ଗୁଜବ ଏବେ ସାରା ରାଜ୍ୟରେ ଭୟର ବାତାବରଣ ଖେଳେଇଦେଇଥିବା ବେଳେ ଏବେ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିର୍ଣ୍ଣ ଗ୍ରାମରେ ଲୋକେ ରାତିରେ ନ ଶୋଇ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି। ତେବେ ଜିଲାର କିଛି କିଛି ଅଞ୍ଚଳରେ ପିଲା ଚୋର ଭାବି ଲୋକେ କୋଉଠି ପାଗଳଙ୍କୁ ଆକ୍ରମଣ କରୁଛନ୍ତି ତ ଆଉ କୋଉଠି ବ୍ୟବସାୟ କରିବାକୁ ଆସିଥିବା ବାହାର ରାଜ୍ୟର ଲୋକଙ୍କୁ ଲୋକେ ଅଟକ ରଖୁଛନ୍ତି। ଆଜି ସକାଳେ ତୁରୁମୁଙ୍ଗା ଥାନା ଖିରେଇ ଟାଙ୍ଗିରିରେ ଦୁଇ ଜଣ ପାଗଳ ଲୋକଙ୍କୁ ପିଲା ଚୋର ଭାବି କଵାଟ ବନ୍ଦ କରି ବନ୍ଧକ ରଖିଥିଲେ। ଖବର ପାଇ ତୁରୁମୁଙ୍ଗା ପୋଲିସ ପହଁଚି ଦୁଇ ପାଗଳଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇଛି। ସେହିପରି କେନ୍ଦୁଝର ହୁଡ଼କୋ କୋଲୋନୀରେ ଜଣେ ଶଫ୍ଟୱେୟାର ଇଂଜିନିୟରଙ୍କୁ ପିଲା ଚୋର ଭାବି ଲୋକେ ମରଣାତ୍ମକ ଆକ୍ରମଣ କରିଛନ୍ତି। ଗୁରୁତର ଦିଗମ୍ବର ଲୋହାର ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ପଟେ ପୁଣି ଥରେ ତୁରୁମୁଙ୍ଗା ପୋଲିସ ଆଜି ଅପରାହ୍ନରେ ତୁରୁମୁଙ୍ଗା ପଞ୍ଚାୟତ ନିକଟରେ ଆଉ ଜଣେ ପାଗଳକୁ ପିଲା ଚୋର ଭାବି କିଛି ଲୋକେ ଅଟକ ରଖିଥିଲେ ଖବର ପାଇ ପୋଲିସ ପହଞ୍ଚି ପାଗଳଟିକୁ ଉଦ୍ଧାର କରିଛି। ତେବେ ଏ ପରି ଗୁଜବ ଉପରେ ପୋଲିସ ତରଫରୁ ସଚେତନତା କରାଇବା ସହିତ ରାତ୍ରିକାଳୀନ ପେଟ୍ରୋଲିଂକୁ କଡାକଡି କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top