ସୋଲଡା ଗ୍ରାମରେ ଅଷ୍ଟଦୋଳ ମହୋତ୍ସବ

ତାଳଚେର,୧୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ସୋଲଡା ଗ୍ରାମରେ ଅଷ୍ଟଦୋଳ ମହୋତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅପରାହ୍ନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତିକୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ବିଶାଳ ଶୋଭାଯାତ୍ରାରେ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଉତ୍ସବରେ ଚନ୍ଦ୍ରବିଲ ଗ୍ରାମର ଲଉଡ଼ି ଖେଳ,ସୋଲଡା ଗ୍ରାମର ଓଡିଶୀ ଓ ରୋଢାସର ଗ୍ରାମର ନଦିଆଁ ସଂକୀର୍ତନ ଦଳ ଯୋଗ ଦେଇ ଭଗବତ ନାମ ପରିବେଷଣ କରିଥିଲେ । ଆଖପାଖ ଅଂଚଳର ବହୁ ଜନସାଧାରଣ ଏହି ଉତ୍ସବକୁ ଉପଭୋଗ କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମେଳଣ ପଡିଆରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ମେଲୋଡି ଓ ଯାତ୍ରା ପରିବେଷଣ କରାଯାଇଥିଲା । ଗ୍ରାମ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ,ସମ୍ପାଦକ ତାପସ କୁମାର ଭୂକ୍ତାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସମସ୍ତ ସୋଲଡା ଗ୍ରାମବାସୀ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *