ଓଡ଼ିଶା

ସୋରକୁ ସବଡିଭିଜନ ମାନ୍ୟତା ଦାବି ତେଜିଲା, ପ୍ରତିବାଦରେ ସକାଳ ୬ରୁ ବିଜେପି ପକ୍ଷରୁ ବନ୍ଦରେ ସାମିଲ ହେଲେ ବିଜେପି କର୍ମୀ

ବାହାନଗା/ବାଲେଶ୍ୱର, ୨୮/୦୫(ଓଡ଼ିଆ ପୁଅ/ଭାରତୀ ଦାସ )- ସୋରକୁ ସବଡିଭିଜନ ମାନ୍ୟତା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆ ନଯିବା ପ୍ରତିବାଦରେ ଆଜି ସୋର ନିର୍ବାଚନ ମଣ୍ଡଳୀକୁ ବିଜେପି ଦଳ ପକ୍ଷରୁ ବନ୍ଦ କରାଯାଇଛି। ଫଳରେ ସମସ୍ତ ଯାତ୍ରୀବାହୀ ଚାରିଚକିଆ ଯାନ ବନ୍ଦ କରାଯିବା ସହ ବାହାନଗା ଓ ସୋର ବ୍ଲକର ସମସ୍ତ କୋର୍ଟ, କଚେରୀ, ଦୋକାନ ବଜାର ବିଜେପି ଦଳ ପକ୍ଷରୁ ବନ୍ଦ କରାଯାଇଥିବାର ଜଣାପଡ଼ିଛି। ଫଳରେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବହୁ ଗାଡ଼ି ଅଟକ ଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ୧୯୭୨ ମସିହାରୁ ସୋରକୁ ସବଡିଭିଜନର ମାନ୍ୟତା ଦାବି ହୋଆସୁଥିବା ବେଳେ ତାହା ଦାସ କମିଶନରଙ୍କ ପାଖରେ ୧ନଂ ତାଲିକାରେ ଥିଲା। କିନ୍ତୁ ଏହି ଦାବିକୁ ରାଜ୍ୟ ସରକାର ନମାନି ତାଲିକାରେ ନଥିବା ଧାମନଗର ଓ ଜଳେଶ୍ୱରକୁ ସବଡିଭିଜନର ମାନ୍ୟତା ପ୍ରଦାନ କରାଗଲା କେଉଁ ସ୍ୱାର୍ଥରେ ଓ ସୋରକୁ ସାବତ ପୁଅ ପରି ପ୍ରତ୍ୟାଖ୍ୟାନ କରାଗଲା କାହାସ୍ୱାର୍ଥରେ। ଏହି ଦାବି କରି ଆଜିବିଜେପି ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ହରିଜନ ମୋର୍ଚ୍ଚାର ସଭାପତି ରବିନ୍ଦ୍ର ନାଥ ମହାଳିକଙ୍କ ନେତୃତ୍ୱରେ ସକାଳ ୬ଟାରୁ ବିଜେପିର ଶତାଧିକ କର୍ମୀ ବାହାନଗା ବ୍ଲକ କାର୍ଯ୍ୟାଳୟ, ଦୋକାନ ବଜାର, ଗୋପାଳପୁର ବଜାର ସମସ୍ତ ଦୋକନ, ଯାତ୍ରୀବାହୀ ବସ, ଟ୍ରକ, ଅଫିସ, ଦପ୍ତର, ଖନ୍ତାପଡ଼ା ବଜାର, ଗୁଡ଼ିକ ବନ୍ଦ କରିଥିବାର ଜଣାପଡ଼ିଛି। କିନ୍ତୁ ଜାତୀୟ ରାଜପଥରେ ସମସ୍ତ ଯାନବାହନ ଚଳାଚଳ ଓ ଟ୍ରେନ ଚଳାଚଳ ସ୍ୱଭାବିକ ଥିବାର ଜଣାପଡ଼ିଛି। ବିଜେପି ଦଳ ପକ୍ଷରୁ ଦାଣ୍ଡକାଳୀ ମଣ୍ଡଳ ସଭାପତି ଦିଲ୍ଲିପ କୁମାର ଦାସ, ମାଟିଆ ମଙ୍ଗଳା ମଣ୍ଡଳ ସଭାପତି ସନାତନ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟନାରାୟଣ ଦାଶ, ମିଥୁନ ମହାଳିକ, ଶଶିକାନ୍ତ ମହାଳିକ, ଶ୍ରୀମନ୍ତ ମହାଳିକ, ସୁଦର୍ଶନ ଜେନା, ଭାଗବତ ମହାଳିକ, ଗୌରାଙ୍ଗ ମଲ୍ଲିକ ପ୍ରମୁଖ ଏହି ବନ୍ଦରେ ପ୍ରମୁଖ ନେତୃତ୍ୱ ନେଇଥିବାର ଜଣାପଡ଼ିଛି। ଏବାବଦରେ ସୋର ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକଙ୍କୁ ପଚାରିବାର ସେ କହନ୍ତି ସବଡିଭିଜନ ଦାବି ହୋଇ ଆସୁଛି। ଏହା ପୁରଣ ନ ହେବା ଯାଏ ଏହି ଲଢେଇ ଜାରୀ ରହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top