ସୋନା ମହାପାତ୍ରଙ୍କ ପୋଷ୍ଟର ପୋଡି ଓ ବିକ୍ଷୋଭ

ପୁରୀ:୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସାଲବେଦନ୍ତ ରଚିତ ଆଧ୍ୟାତ୍ମିକ ଭଜନ ଆହେ ନୀଳଶୈଳକୁ ପଦର୍ଥ କରି ଗାଇବାରେ ବିବାଦକୁ ଆସିଛନ୍ତି ଗାୟିକା ସୋନା ମହାପାତ୍ର। ଏହାକୁ ତୀବ୍ର ବିରୋଧ କରିଛି ସଚେତନ ନାଗରିକ ମଞ୍ଚ। ଆହେ ନୀଳ ଶୈଳ ଭଜନକୁ ଭିନ୍ନ ଢ଼ଙ୍ଗରେ ଗାଈ ଗାୟିକା ସୋନା ଜଗନ୍ନାଥ ସଂସ୍କୃତିକୁ ଅପମାନ କରିଛନ୍ତି ବୋଲି ମଞ୍ଚ ପକ୍ଷରୁ ତାଙ୍କୁ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବା ସହ ମଙ୍ଗଳବାର ସ୍ୱର୍ଗଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମଞ୍ଚର କର୍ମକର୍ତ୍ତା। ପୂର୍ବାହ୍ନରେ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ସଦସ୍ୟମାନେ ସ୍ୱର୍ଗଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ। ଏନେଇ ଗାୟିକା ସୋନା ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା। ଏକ କୋକେଇରେ ଗାୟିକା ସୋନା ମହାପାତ୍ରଙ୍କ ପୋଷ୍ଟର ରଖି ମଞ୍ଚର ସଦସ୍ୟମାନେ ତାହାକୁ ପୋଡିବା ସହ ପ୍ରତିବାଦ କରିଥିଲେ।

Leave a Reply

Your email address will not be published. Required fields are marked *