Home ଜାତୀୟ ସୋନାଲିଙ୍କୁ କ୍ୟାନସର!

ସୋନାଲିଙ୍କୁ କ୍ୟାନସର!

133

ଭୁବନେଶ୍ୱର:ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ ହୋଇଛନ୍ତି।ସେ ନିଜେ ଟ୍ୱିଟ୍ କରି ଏହା ଜଣାଇଛନ୍ତି।ଏବେ ସେ ନ୍ୟୁୟର୍କରେ ଚିକିତ୍ସାଧିନ ଅଛନ୍ତି।


ସୋନାଲି ଲେଖିଛନ୍ତି ଯେ ନିକଟରେ ପରୀକ୍ଷାରୁ ତାଙ୍କୁ ହାଇଗ୍ରେଡ୍ କ୍ୟାନସର ହୋଇଥିବା ଜଣାପଡ଼ିଥିଲା।ମାତ୍ରାଧିକ ଯନ୍ତ୍ରଣା ହେବାରୁ ଏହି ଟେଷ୍ଟ କରାଯାଇଥିଲା। କିନ୍ତୁ ଟେଷ୍ଟ ରିପୋର୍ଟ ଏମିତି ଆସିବ ବୋଲି କେବେ ଆଶା ନଥିଲା।ଏଭଳି ସମୟରେ ତାଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧବ ତାଙ୍କୁ ସାହସ ଦେଉଛନ୍ତି।ଏଥିପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଡାକ୍ତରଙ୍କ ପରାମର୍ଶ ଅନୁସାରେ ନ୍ୟୁୟର୍କରେ ତାଙ୍କର ଚିକିତ୍ସା ଚାଲିଛି।ସେ ଆଶାବାଦୀ ଅଛନ୍ତି ଯେ ସେ ଭଲ ହୋଇଯିବେ।ସେ ଲଢ଼ିବା ପାଇଁ ବି ପ୍ରସ୍ତୁତ ଅଛନ୍ତି ବୋଲି ଲେଖିଛନ୍ତି।


ସୋନାଲି ୧୯୭୫ ମସିହା ଜାନୁଆରୀ ୧ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ।ଜିଟିଭି ରିୟଲୀଟି ସୋ ଇଣ୍ଡିଆନସ ବେଷ୍ଟ ଡ୍ରାମେବାଜ ସିଜିନ-୩ ପାଇଁ ସେ ଏବେ ୩ ଦିନ ତଳେ ଟ୍ୱିଟ କରିଥିଲେ।ଫଟୋରେ ତାଙ୍କ ସାଙ୍ଗେ ବିବେକ ଓବରାଇ ଥିଲେ ଏବଂ ସେତେବେଳେ ଏନେଇ କିଛି ଜାଣି ନଥିବା ସୋନାଲି ଖୁବ୍ ଖୁସି ଜଣା ପଡୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.