କେନ୍ଦୁଝର

ଶୋଚନୀୟ ଅବସ୍ଥାରେ ଟାଙ୍ଗିରୀ ଠାରୁ ରୋହି ରାସ୍ତା, ପ୍ରଶାସନର ଦୃଷ୍ଟି ପଡୁନାହିଁ

ହରିଚନ୍ଦନପୁର, ତା ୦୧.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଅଁରପୁର ଗ୍ରାମ ପଞ୍ଚାୟତର ଚଷାଟାଙ୍ଗିରୀ ଠାରୁ ରୋହି ଗ୍ରାମକୁ ବନବିର ଗ୍ରାମ ଦେଇ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ହୋଇପଡିଛି। ସାଧାରଣତଃ ଏହି ରାସ୍ତାଟିରେ ରୋହି, ବନବିର, ଲାଇନସାହି, ଚଡକମରା, ଭୋକା ଭଳି ଅନେକ ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ଅଳ୍ପମାତ୍ରାରେ ବର୍ଷା ହେଲେ ଏହି ରାସ୍ତାରେ ଆଣ୍ଠୁଏଁ ଲେଖାଏଁ ପାଣି ଭରିରହୁଥିବା ସହ ଅନ୍ୟ ଦିନ ମାନଙ୍କରେ ଆଣ୍ଠୁଏଁ ଲେଖାଏଁ ଖାଲକୁ ନେଇ ଯାତାୟାତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାର ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ପଡୁନାହିଁ। ରାସ୍ତାଟିର ଲମ୍ବା ପ୍ରାୟତଃ ୫କିଲୋମିଟର ଥିବା ବେଳେ ଏହି ରାସ୍ତାରେ ପ୍ରତ୍ୟେକ ଦିନ କିଛି ନା କିଛି ଦୃର୍ଘଟଣା ଭଳି ସମସ୍ୟା ଦେଖିବାକୁ ମିଳେ। ଠିକ ଭାବରେ ରାସ୍ତା କାର୍ଯ୍ୟଟିକୁ କରାଯାଇନଥିବାରୁ ତାହାର ପ୍ରଭାବରୁ ଲୋକମାନେ ଅନେକ ଅସୁବିଧା ଭୋଗୁଛନ୍ତି। ବର୍ତମାନ ସମୟରେ ରାସ୍ତାଟିର ମରାମତି ଦରକାର ଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ଦୃଷ୍ଟି ପଡୁନଥିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏହି ରାସ୍ତାରେ ଯାତାୟତ କରୁଥିବା ଅଞ୍ଚଳବାସୀ ବର୍ଷ ତମାମ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି।ଏଥିପ୍ରତି ଜିଲ୍ଲାପ୍ରସାଶନ ଦୃଷ୍ଟି ଦେଇ ରାସ୍ତାଟିକୁ ଯଥାଶୀଘ୍ର ଠିକ ଭାବରେ ମରାମତି କିମ୍ବା ନୂତନ ଭାବେ କରାଇବାକୁ ଜନସାଧାରଣ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top