ଜିଲ୍ଲା ପରିକ୍ରମା

ସେଲ ଦ୍ୱାରା ଇଷ୍ଟର୍ଣ୍ଣ ଏକ୍ସପ୍ରେସ ୱେ ନିର୍ମାଣ ନିମନ୍ତେ ୪୩ ହଜାର ଟନ ଇସ୍ପାତ ଯୋଗାଣ

ରାଉରକେଲା ୧ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦେଶର ଦୃତ ବିକାଶୀଳ ଭିତ୍ତିଭୂମି ନିର୍ମାଣର ସମତାଳରେ ସହଯୋଗ ପ୍ରଦାନ କରି ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ(ସେଲ)ବହୁ ମର୍ଯ୍ୟାଦାଜନକ ଜାତୀୟ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଉଚ୍ଚମାନର ଇସ୍ପାତ ଯୋଗାଇଦେଉଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିକଟରେ ଉଦ୍ଘାଟିତ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ ନିର୍ମାଣ ନିମନ୍ତେ ସେଲ ୪୩ ହଜାର ଟନ୍ ଇସ୍ପାତ ଯୋଗାଇଛି। ଏହି ପ୍ରକଳ୍ପ ନିମନ୍ତେ ସେଲ ଦ୍ୱାରା ଯୋଗାଇ ଦିଆଯାଇଥିବା ଇସ୍ପାତ ମଧ୍ୟରେ ଟିଏମଟି ରିବାର, ପ୍ଲେଟ ଏବଂ ଷ୍ଟ୍ରକଚରାଲ ଅନ୍ତର୍ଭୁକ୍ତ ରହିଛି ଯାହା ଏହି ୧୩୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଇଷ୍ଟର୍ଣ୍ଣ ଏକ୍ସପ୍ରେସ ୱେ ରାଜପଥରେ ବ୍ୟବହୃତ ହୋଇଛି। ସେଲ ମଧ୍ୟ ନିର୍ମାଣଧୀନ ୱେଷ୍ଟେର୍ଣ୍ଣ ଏକ୍ସପ୍ରେସ ୱେ ନିମନ୍ତେ ଇସ୍ପାତ ଯୋଗାଇଦେଉଛି। ସେଲ ସଡକ ଓ ରାଜପଥ, ବ୍ରିଜ, ଜଳବିଦ୍ୟୁତ ପ୍ରକଳ୍ପ, ରେଳ ଓ ସଡକ ପଥ ଟନେଲ, ମେଟ୍ରୋ ଲାଇନ ଇତ୍ୟାଦି ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ସେଲ ଉଚ୍ଚ ଗୁଣମାନର ଇସ୍ପାତ ଯୋଗାଇଆସୁଛି। ନିକଟରେ ଉଦଘାଟିତ ହୋଇଥିବା ବହୁ ମହତ୍ତ୍ୱୂର୍ଣ୍ଣ ପ୍ରକଳ୍ପ ଯଥା କିଶାନଗଙ୍ଗା ଓ ଟ୍ୟୁରିଆଲ ଜଳବିଦ୍ୟୁତ ପ୍ରକଳ୍ପ, ସର୍ଦ୍ଦାର ସରୋବର ପ୍ରକଳ୍ପ, ଧୋଲା ସଦିଆ ପୋଲ, ଚେନ୍ନାଇ ନାଶ୍ରି ଟନେଲ, ବାୟୁସେନାର ହକର୍୍ୁଲେସ ବିମାନ ଅବତରଣର କ୍ଷମତା ବହନ କରୁଥିବା ଆଗ୍ରା ଲକ୍ଷ୍ନୋ ଏକ୍ସପ୍ରେସ ୱେ, ଦେଶର ବିଭିନ୍ନ ଭାଗରେ ଥିବା ମେଟ୍ରୋ ପ୍ରକଳ୍ପ ନିର୍ମାଣରେ ସେଲ ଇସ୍ପାତ ଉପଯୋଗ ହୋଇଛି। ମହତ୍ତ୍ୱ ୂର୍ଣ୍ଣ ଜାତୀୟ ପ୍ରକଳ୍ପଗୁଡିକ ନିମନ୍ତେ ଇସ୍ପାତ ଯୋଗାଇଦେଇ ସେଲ ନିଜକୁ ଗୌରବଶାଳୀ ଅନୁଭବ କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top