ସେଲଫି ହେଲା କାଳ – ମାଆ, ପୁଅ ମୃତ ଝିଅ ଗୁରୁତର

ରାୟଗଡା ୧୭.୦୧ ( ଓଡିଆ ପୁଅ / ସଂଗ୍ରାମ ପଟ୍ଟନାୟକ )– ରାୟଗଡା ଝୁଲା ବ୍ରିଜରେ ଦୁଇ ମାସ ନ ପୁରୁଣୁ ପୁଣି ଏକ ଅଘଟଣ ଘଟିଛି। ପୋଙ୍ଗଲ ଉପଲକ୍ଷେ କୁମୁଟଲପେଟା ଏକ ପରିବାର ରାୟଗଡା ମା ମଝିଘରିଆଣୀ ମନ୍ଦିର ଦର୍ଶନ ପରେ ଦିନ ଦ୍ୱିପହରେ ଝୁଲା ପୋଲ ଦେଖିବାକୁ ଯାଇଥିଲେ। ସେଲଫି ନିଶା ଏବଂ ପାଣିର ମଜା ନେବା ପାଇଁ ଜେ.ଶାନ୍ତି ନାମ୍ନି ମହିଳା ନିଜ ଝିଅ ଜେ.ଇନ୍ଦୁ ଏବଂ ପୁଅ ଜେ.ଅଖିଳ ଙ୍କ ସେଲଫି ର ମଜା ନେଉଥିବା ବେଳେ ପାଣିର ପ୍ରଖର ସ୍ରୋତରେ ୩ ଜଣ ଯାକ ଭାସି ଯାଇଥିଲେ। ଖବର ପାଇ ଅଗ୍ନଶମ ବିଭାଗ ଟିମ ପହଂଚି ୩ ଜଣଙ୍କୁ ଖୋଜା ଖୋଜି କରିଥିଲେ। ଘଟଣା ସ୍ଥଳର କିଛି ଦୂରରେ ମା, ଝିଅ ଙ୍କୁ ଉଦ୍ଧାର କରାଯାଇ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା କିନ୍ତୁ ଘଟଣାସ୍ଥଳରେ ଜେ.ଶାନ୍ତି ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଝିଅକୁ ଅଧିକ ଚିକିତ୍ସା ନିମନ୍ତେ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି। ସନ୍ଧ୍ୟା ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଆଜି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ପୁଅ ଜେ.ଅଖିଳ (୯) ଙ୍କ ଶବ ଉଦ୍ଧାର ହୋଇଥିଲା। ଏହି ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ପରିବାର ବର୍ଗ ତଥା ସହରରେ ଶୋକର ଲହରୀ ଖେଳି ଯାଇଛି। ଜିଲ୍ଲାରେ ୩୩ ଗୋଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଯୋଜନା ଥିବା ବେଳେ ଝୁଲା ପୋଲ ଅନ୍ୟତମ। କିନ୍ତୁ ବର୍ତମାନ ପରିସ୍ଥିତିରେ ଝୁଲା ପୋଲ ପର୍ଯ୍ୟଟକଙ୍କ ପାଇଁ ମରଣାଯନ୍ତା ପାଲଟିଯାଇଛି। ସଚେତନତାର ଅଭାବ ହେଉ କିମ୍ବା ଦୁଃସାହସିକ ପଦକ୍ଷେପ ପାଇଁ ଏଭଳି ଅଘଟଣ ଘଟୁଛି। ପ୍ରଶାସନ ପକ୍ଷରୁ ଝୁଲା ପୋଲ ନିକଟରେ ପୋଲିସ ମୃତୟନ କରାଯାଇ ପର୍ଯ୍ୟଟକଙ୍କୁ ପାଣି ପାଖକୁ ନଯିବା ପାଇଁ ରୋକାଯାଇ ପାରିଲେ ଭବିଷ୍ୟତରେ ଏଭଳି ଅଘଟଣକୁ ଏଡାଇ ଦିଆଯାଇ ପାରିବ ବୋଲି ଜିଲ୍ଲା ବରିଷ୍ଠ ମଙ୍ଗଳ ନାଗରିକ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଏବଂ ଉପଦେଷ୍ଟା ନରସିଂହ ନାଥ ପାଢୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *