ଅପରାଧ

ସେରଗଡ଼ ଟୋଲ ଗେଟ ନିକଟରୁ ଇନୋଭାରୁ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବଦ, ୨ ଅଟକ

ବାହାନଗା/ବାଲେଶ୍ୱର, ୧୫/୦୪(ଓଡ଼ିଆ ପୁଅ/ଭାରତୀ ଦାସ))- ଖନ୍ତାପଡ଼ା ପୋଲିସ ସର୍ଚ୍ଚ ଅପରେସନ ଜରୀଆରେ ସେରଗଡ଼ ଟୋଲଗେଟ ନିକଟରୁ ଏକ ଇନୋଭା ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବଦ କରିଛି। ଜବଦ ଗଞ୍ଜେଇର ଆନୁମାନିକ ୨କ୍ୱିଣ୍ଟାଲ ବଜାର ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ଖନ୍ତାପଡ଼ା ପୋଲିସ ଇନୋଭା ଡ୍ରାଇଭର ସହ ଅନ୍ୟଜଣେ ଚାଲାଣ କାରୀକୁ ଅଟକ ରଖିôଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଖନ୍ତାପଡ଼ା ପୋଲିସ ବିଶେଷ ସୂତ୍ରରୁ ଗଞ୍ଜେଇ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଚାଲାଣ ହେଉଥିବାର ସୁରାକ ପାଇଥିଲା। ଏନେଇ ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କ ନେତୃତ୍ୱରେ ଏସଆଇ ଗଣେଶ ଚନ୍ଦ୍ର ତ୍ରିପାଠୀ ଓ ସେରଗଡ଼ ଫାଣ୍ଡି ଅଧିକାରୀ ଏଏସଆଇ ଅଭିମନ୍ୟୁ ଦାସ ଏକ ପୋଲିସ ଟିମ ସାଧା ପୋଷାକରେ ସେରଗଡ଼ ଟୋଲଗେଟ ନିକଟରେ ଜଗି ରହିଥିଲା। ଅପରାହ୍ନ ୫.୩୦ଟା ସମୟରେ ଏକ ସିଲଭର ରଙ୍ଗର ଇନୋଭା(ଓଆର ୦୨ବିଏକ୍ସ-୪୭୪୮)କାର ଗେଟ ନିକଟରେ ଟୋଲ ଦେବା ପାଇଁ ଅଟକି ଥିଲା। ତେବେ ପୁର୍ବ ପ୍ରସ୍ତୁତି ଅନୁୟାୟୀ ପୋଲିସ ଟିମ ଇନୋଭାକୁ ଘେରିଯାଇ ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ ହୋଇ ରହିଥିବାର ଜଣାପଡ଼ିଥିଲା। ତୁରନ୍ତ ଗାଡ଼ିର ଡ୍ରାଇଭର ଓ ସହଯୋଗୀକୁ ପୋଲିସ କାବୁକରିବା ସହ ଗାଡ଼ି ସହ ଗଞ୍ଜେଇକୁ ଜବଦ କରିଥିଲା। ଖବର ପାଇ ଜିଲ୍ଲା ଆରକ୍ଷୀଅଧିକ୍ଷକ ବି. ଯୁଗଳକିଶୋର କୁମାର, ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ଓ ମାଜିଷ୍ଟ୍ରେଟ ଭାବେ ରେମୁଣା ଅତିରିକ୍ତ ତହସିଲଦାର ରାଧାକାନ୍ତ ବାରିକ ଟୋଲ ଗେଟ ନିକଟରେ ପହଞ୍ଚି ଥିଲେ। ଇନୋଭା ଭିତରୁ ବଡ଼ ପ୍ୟାକେଟ ୨୧ଟି ଓ ସାନ ପ୍ୟାକେଟ ୩୮ଟି ମୋଟ ୫୯ପ୍ୟାକେଟ ଗଞ୍ଜେଇ ଜବଦ ହୋଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ଏହି ଚାଲାଣ ର୍ୟାକେଟରେ ଅଟକ ଡ୍ରାଇଭର ଖନ୍ତାପଡ଼ାଥାନା ପଞ୍ଚାଗଡ଼ର ହରିଶ ନାୟକଙ୍କ ପୁଅ ମୁକ୍ତିକାନ୍ତ (୩୫) ଓ ବାଲେଶ୍ୱର ଟାଉନ ଥାନା ଅଧିନ ଗଡ଼ଗଡ଼ିଆ ଅଞ୍ଚଳର ଅଫଜଲ ଅଲ୍ଲି ପୁଅ ରେହେମଦ(୨୨)। ଖବର ଲେଖାହେବା ବେଳକୁ ଜବଦ ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିିରେ ଓଜନ ଚାଲିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top