ସେମିଲିଗୁଡାରେ ଶୋଭାଯାତ୍ରା ଓ ରକ୍ତଦାନ ଶିବିର

କୋରାପୁଟ ; ତା୧୪-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସେମିଲିଗୁଡା ସତ୍ୟ ସାଇ ସେବା ସମିତି ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଛି। ଏହି ଅବସରରେ ରକ୍ତଦାନ ସମ୍ପର୍କୀତ ସଚେତନ ଶୋଭାଯାତ୍ରା ଆୟୋଜନ କରାଯିବା ସହ ଏକ ରକ୍ତଦାନ ଶିବିର କରି ୧୧୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିବା ଜଣା ପଡିଛି। ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଜନସାଧାରଣଙ୍କୁ ସଚେତନ କରାଇବାକୁ ସେମିଲିଗୁଡା ବସ ଷ୍ଟାଣ୍ଡରୁ ବ୍ଲକ ଅଫିସ ନିକଟ ସତ୍ୟ ସାଇ ସେବା ସମିତି ଯାଏ ଏକ ଶୋଭାଯାତ୍ରା କରା ଯାଇଥିଲା। ଶୋଭାଯାତ୍ରାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ପରେ ସତ୍ୟ ସାଇ ସେବା ସମିତିରେ ଏକ ବୈଠକ ହୋଇଥିବାବେଳେ ଗତ ଏକ ବର୍ଷ ମଧ୍ୟରେ ରକ୍ତଦାନ କରିଥିବା ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି, ସିଡିଏମଓ ଡା.ଲଳିତ ମୋହନ ରଥ, ଇଣ୍ଡିଆନ୍ ମେଡିକାଲ ଏସୋସିଏସନ କୋରାପୁଟ ଜିଲା ସମ୍ପାଦକ ଡା.ମୁକ୍ତିକାନ୍ତ ଖଟୁଆ, ସମାଜସେବୀ କୃଷ୍ଣ ସିଂ ଓସତ୍ୟ ସାଇ ସେବା ସମିତିର ଏ.ପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାନ ସମ୍ପର୍କରେ ମତବ୍ୟକ୍ତ କରିବା ସହ ରକ୍ତାଦାତଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡା.ରତିକାନ୍ତ ଖଟୁଆ ରକ୍ତଦାନ ଶିବିର ପରିଚାଳନା କରିଥିବାବେଳେ ଜିଲା ରକ୍ତ ଭଣ୍ଡାର କର୍ମଚାରୀ ଓ ସତ୍ୟ ସାଇ ସେବା ସମିତି ସଦସ୍ୟମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *