ସେମିଲିଗୁଡାରେ କଂଗ୍ରେସ କର୍ମୀ ସମିଳନୀ

କୋରାପୁଟ ୨୫-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ସେମିଲିଗୁଡା ବ୍ଲକ ସଦର ମହକୁମାରେ ବୁଧବାର ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ କର୍ମୀ ସମିଳନୀ ଆୟୋଜିତ ହୋଇଛି। ପୂର୍ବତନ ବିଧାୟକ ରାମ ଚନ୍ଦ୍ର କାଡାମଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମୀ ସମିଳନୀରେ କଂଗ୍ରେସ ନେତା ପ୍ରିତମ ପାଡି, ନରସିଂହ ବେହେରାଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ପଟ୍ଟାଙ୍ଗି ଠାକୁରାଣୀ ମନ୍ଦିରରୁ ଏକ ବିରାଟ ମୋଟର ସାଇକଲ ଶୋଭାଯାତ୍ରା ବାହାରି ସେମିଲିଗୁଡାରେ ପହଂଚିବା ପରେ କର୍ମୀ ସମିଳନୀ ଆରମ୍ଭ ହୋଇଥିଲା। ଏଆଇସିସି ସଭାପତି ରାହୁଲ ଗାନ୍ଧି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିବାରୁ ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇବା ସହ ଶ୍ରୀ ପଟ୍ଟନାୟକଙ୍କୁ ପଟ୍ଟାଙ୍ଗି କଂଗ୍ରେସ ପକ୍ଷରୁ ଅଭିନନ୍ଦନ ଦିଆ ଯାଇଥିଲା। ଆଜିର କର୍ମୀ ସମିଳନୀରେ ମୁଖ୍ୟତ ୨୦୧୯ ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଆଲୋଚନା କରା ଯାଇଥିବାବେଳେ ରାଜ୍ୟ ଓ କେନ୍ଦ୍ର ସରକାରର ବିଫଳତା ସମ୍ପର୍କରେ ଗ୍ରାମାଂଚଳରେ ଲୋକଙ୍କୁ ବୁଝାଇବା ଉପରେ ଆଲୋଚନା ହୋଇଥିଲା। ସମିଳନୀରେ ପଟ୍ଟାଙ୍ଗି, ସେମିଲିଗୁଡା, ନନ୍ଦପୁର ବ୍ଲକ କଂଗ୍ରେସ କମିଟି ସଭାପତି, ଯୁବ ସଭାପତି ଏବଂ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *