କୋରାପୁଟ

ସେମିଲିଗୁଡାକୁ ଉପଖଣ୍ଡ ମାନ୍ୟତା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

କୋରାପୁଟ ; ତା୦୭-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ସେମିଲିଗୁଡାକୁ ଉପଖଣ୍ଡ ମାନ୍ୟତା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସେମିଲିଗୁଡା ନାଗରିକ କମିଟି ପ୍ରଦାନ କରିଥିବା ଜଣାପଡିଛି।ଦେଶର ୨ ନବରତ୍ନ କଂପାନୀ ହାଲ ଓ ନାଲକୋ ମଧ୍ୟରେ ସେମିଲିଗୁଡା ସହର ଅବସ୍ଥାପିତ ଯେଉଁଥିରେ ୫୦ ହଜରା ଜନବସତି ଥିବା ସେମାନେ ଦର୍ଶାଇବା ସହ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀ ହବ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ସେମିଲିଗୁଡା ମଧ୍ୟରେ ୪ ଟି ବ୍ଲକ, ୩ ଟି ତହସିଲ, ଅନେକ ଇଂଜିନିୟରିଂ କଲେଜ, ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କଲ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଥିବା ଉଲ୍ଲେଖ କରାଯାଇଛି।କୋଟିଆଟାରୁ ଆରମ୍ଭ କରି ଚାଟୁଆ, ଲକ୍ଷ୍ମିପୁର, କାକିରିଗୁମ୍ମା ର ଲୋକମାନେ କୋରାପୁଟ ଉପଖଣ୍ଡକୁ ଆସି କାମ ସାରି ପୁଣି ଗ୍ରାମକୁ ଫେରିବା କଷ୍ଟକର ହୋଇଥିବା ଦାବିରେ ଦର୍ଶାଯାଇଛି।ଏହି ସହର ମଧ୍ୟରେ ଅନେକ ଆଦିବାସୀ ସଂପ୍ରଦାୟ ଗ୍ରାମ ରହିଛି ତେଣୁ ସେମିଲିଗୁଡା ଉପଖଣ୍ଡ ସଦର ମହକୁମା ପାଇବାକୁ ହକଦାର ବୋଲି ସେମାନେ ଦାବି କରିଛନ୍ତି।

ପ୍ରଶାସନିକ ବିକେନ୍ଦ୍ରୀକରଣ କଲେ ଶାନ୍ତି, ସୁରକ୍ଷା ଓ ସଂହତି ରକ୍ଷା କରାଯାଇପାରିବ ବୋଲି ପଟ୍ଟାଙ୍ଗୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାଙ୍ଗୀ ପ୍ରକାଶ କରିବା ସହ ସେମିଲିଗୁଡା ସହରକୁ ସବଡିଭିଜନ ତୁରନ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କୁ ଚିଠି ପ୍ରେରଣ କରିଥିବା ଜଣାପଡିଛି। ଏ ଦାବି ସଂପର୍କରେ ସେମିଲିଗୁଡା ନାଗରିକ କମିଟି ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ. ରାଜସ୍ୱ ପ୍ରମୁଖ ଶାସନ ସଚିବଙ୍କୁ ମିଶିବା ପରେ ଫେରିବା ସମୟରେ ବ୍ରହ୍ମପୁରରେ ରାଜସ୍ୱ କମିଶନରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା କମିଟିର ସଦସ୍ୟ ଅଜୟ ସାହୁ ସୂଚନା ଦେଇଛନ୍ତି।କୋରାପୁଟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ କୃଷ୍ଣ ସିଂ, ଅଜୟ ସାହୁ, ଲକ୍ଷ୍ନଣ ରାଉତ, ଭରତ ମଲ୍ଲିକ, ଅମନିତ ଅଗ୍ରଓାଲ, ଡ. ଚିତରଂଜନ ମିଶ୍ର, ପ୍ରଭାତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top