ଜିଲ୍ଲା ପରିକ୍ରମା

ସେବା ମହୋତ୍ସବରେ ଚଷମା ବଂଟନ ଓ ସ୍ୱାସ୍ଥ୍ୟସେବା ଶିବିର

ନୂଆଗାଁ, ୨୩/୬ (ଓଡ଼ିଆ ପୁଅ)- ନୟାଗଡରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲା ବ୍ୟାପସେବା ମହୋତ୍ସବ ଆଜି ନୂଆଗାଁ ବ୍ଲକ ଡିମିରିପଲ୍ଲୀ ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗରୀବ ଲୋକମାନଙ୍କୁ ମାଗଣାରେ ଔଷଧ ଦିଆଯିବା ସହିତ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା। ଏହି କାର୍ଯକ୍ରମରେ ଅଭିଜ୍ଞ ଡ଼ାକ୍ତରମାନେ ଲୋକମାନଙ୍କୁ ସୁସ୍ଥ ରହିବା ପାଇଁ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସେବା ମହୋତ୍ସବ ସମିତିର ସଭାପତି ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯୋଗ ଦେଇଥିବା ଡାକ୍ତର ନଳିନୀକାନ୍ତ ତ୍ରିପାଠୀ ଏବଂ ରମେଶ ଚନ୍ଦ୍ର ଦାଶ ଉପସ୍ଥିତ ରହି ବିଭିନ୍ନ ରୋଗ ଓ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ। ଏହାପରେ ଲୋକମାନଙ୍କୁ ପରୀକ୍ଷା ନିରୀକ୍ଷା କରି ମାଗଣାରେ ଔଷଧ ବଂଟନ କରିଥିଲେ। ଗୁମୀ, ଜାକଡୋ ଏବଂ କାପ୍ତାପଲ୍ଲୀ ଆଦି ଅଂଚଳ ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ସେଠାରେ ମ୍ୟାଲେରିଆ ଏବଂ ଡ଼ାଇରିଆ ଆଦି ରୋଗ ସବୁ ସମୟରେ ଲାଗି ରହିଥାଏ। ଲୋକଙ୍କ ପାଖରେ ଅର୍ଥ ଅଭାବରୁ ଭଲ ଡ଼ାକ୍ତର ଦେଖାଇବାର ସୁଯୋଗ ନ ପାଇ ଅଧିକାଂଶ ଦିନି ରୋଗରେ ସଢିଥାନ୍ତି। ଆଜି ଏହି ସ୍ୱାସ୍ଥ୍ୟ ସେବା ସଂପର୍କରେ ଖବରପାଇ ବହୁ ଆଦିବାସୀ ଲୋକ ଆସି ଠୁଳ ହୋଇଥିଲେ। ସମସ୍ତଙ୍କୁ ଠିକ୍ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଦିଆଯାଇଥିଲା। ଏହାପରେ ଜଗତପୁର କଟକ ପ୍ରଜ୍ଞାନ ମିଶନ ତରଫରୁ ଲୋକଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ବଣ୍ଡନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞାନ ମିଶନ ତରଫରୁ ବନ ବିହାରିଗିରୀ, ବିକ୍ରମ କୁମାର ପଟ୍ଟନାୟକ ଏବଂ ବଂଶୀଧର ସାହୁ ଉପସ୍ଥିତ ରହି ଲୋକଙ୍କୁ ଚକ୍ଷୁ ପରୀକ୍ଷା କରି ଚଷମା ବାଣ୍ଡିଥିଲେ। ଆଦିବାସୀ ଲୋକମାନେ ଚଷମା ପାଇ ବେଶ ଆନନ୍ଦିତ ହୋଇଥିଲେ। ଏହି ଅବସରରେ ଜାକେଡ଼ା ସରପଂଚ ତ୍ରୀଲୋଚନ ସାହୁ, ନୂଆଗାଁ ସ୍ୱେଛାସେବୀ ବିଶ୍ୱଜିତ୍ ଖଣ୍ଡୁଆଳ, ଜିତେନ୍ଦ୍ର କୁମାର ପରିଡ଼ା କାର୍ଯକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top