ସେବା ନିବୃତ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ତିର୍ତ୍ତୋଲ, ୪/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଅଭୟ କୁମାର ସାହୁଙ୍କୁ ସେବା ନିବୃତ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଅୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ପ୍ରଶନ୍ନ ଜେନା ସଭାପତିତ୍ୱ କରିଥିବାବେଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନୟନା ନନ୍ଦ ସାହୁ, ଅକ୍ଷୟ କୁମାର ସାହୁ, କ୍ଷୀରୋଦ କୁମାର ଦାସ, ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ମନମୋହନ କାନୁନ୍ ଗୋ, ଅଶୋକ କୁମାର ସାହୁ, ଭାବଗ୍ରାହୀ ମିଶ୍ର, ଗୋଲକ ବିହାରୀ ଦାଶ, ସି.ଆର.ସି.ସି. ଆଲୋକ କୁମାର ମହାପାତ୍ର ପ୍ରଭୃତି ଯୋଗଦେଇଥିଲେ। ବିଦାୟୀ କର୍ମଚାରୀ ଶ୍ରୀଯୁକ୍ତ ସାହୁଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂସଦ ପକ୍ଷରୁ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ସ୍ୱାଇଁ, ଦେବେନ୍ଦ୍ର ସାହୁ, ଆଇନଜୀବୀ ଟୁକନ ଚରଣ ସେଠୀ ପ୍ରମୁଖ ଯୋଗଦେଇ ବିଦାୟୀ କର୍ମଚାରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷୟିତ୍ରୀ ନିହାରା ବାଳା ରଥ, ବିଦୁଲତା ସ୍ୱାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ରଂଜନା ଦାସ, ସଂଧ୍ୟା ଦାସ, ବିଜୟଲକ୍ଷ୍ମୀ ସ୍ୱାଇଁ, ଯୋଗମାୟା ବର୍ଦ୍ଧନ, ପୁରସ୍ତମ ଦାସ, ନରେନ୍ଦ୍ର କୁମାର ସ୍ୱାଇଁ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବାବେଳେ ଶିକ୍ଷକ ଶ୍ରୀନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *